ରାଜ୍ୟରେ 527 କରୋନା ପଜିଟିଭ ଚି଼ହ୍ନଟ, ମୋଟ ପଜିଟିଭ ସଂଖ୍ୟା 10,624

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି 527 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 10,624କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 524 ଜଣଙ୍କ ମଧ୍ୟରୁ 338 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 189 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ତେବେ ନୂତନ ଚିହ୍ନଟ ହୋଇଥିବା 527 ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାର 215 ଜଣ ଥିବା ବେଳେ ଅନୁଗୁଳ ଜିଲ୍ଲାର ଜଣେ, ବାଲେଶ୍ୱର ଜିଲ୍ଲାର 26 ଜଣ, ବରଗଡ ଜିଲ୍ଲାରୁ ଜଣେ, ଭଦ୍ରକ ଜିଲ୍ଲାରୁ 2ଜଣ, ବଲାଙ୍ଗୀର 21 ଜଣ, କଟକ ଜିଲ୍ଲାରୁ 17 ଜଣ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ 3 ଜଣ, ଜଗତସିଂହପୁର ଜିଲ୍ଲାରୁ 4 ଜଣ, ଯାଜପୁର ଜିଲ୍ଲାରୁ 25 ଜଣ, ଝାରସୁଗୁଡା ଜିଲ୍ଲାରୁ 4 ଜଣ, କେନ୍ଦ୍ରାପଡା 5 ଜଣ, କେନ୍ଦୁଝର ଜିଲ୍ଲାରୁ 7 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 50 ଜଣ, କୋରାପୁଟ ଜିଲ୍ଲାରୁ 6 ଜଣ, ମାଲକାନଗିରିରୁ 3 ଜଣ, ମୟୁରଭଞ୍ଜ ଜିଲ୍ଲାରୁ 10 ଜଣ, ନବରଙ୍ଗପୁର ଜିଲ୍ଲାରୁ 3 ଜଣ, ନୟାଗଡ ଜିଲ୍ଲାରୁ 18 ଜଣ, ନୂଆପଡା ଜିଲ୍ଲାରୁ 4 ଜଣ, ପୁରୀ ଜିଲ୍ଲାରୁ 16 ଜଣ, ରାୟଗଡା ଜିଲ୍ଲାରୁ ଜଣେ, ସମ୍ବଲପୁର ଜିଲ୍ଲାରୁ ଜଣେ, ସୋନପୁର ଜିଲ୍ଲାରୁ 5 ଜଣ, ସୁନ୍ଦରଗଡ ଜିଲ୍ଲାରୁ 78 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ 6703 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା 3860 ରହିଛି ।


ସେୟାର କରନ୍ତୁ