ବାତ୍ୟା ‘ୟାସ୍’ : ଆକାଶ ମାର୍ଗରୁ ବାତ୍ୟା ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ‘ୟାସ୍’ ଓଡିଶା ଛାଡି ଏବେ ଝାଡ଼ଖଣ୍ଡରେ ପହଞ୍ଚିଛି । କିନ୍ତୁ ଏହାର ପ୍ରଭାବରେ ରାଜ୍ୟରେ ବହୁ କ୍ଷୟକ୍ଷତି ଘଟାଇଛି । ଯାହାର ଆକଳନ କରିବା ପାଇଁ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡାରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାୟ 1 ଘଣ୍ଟା ଧରି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରିକି ବାତ୍ୟା କ୍ଷୟକ୍ଷତି ଆକଳନ ପରେ ସଂଧ୍ୟାରେ କିଛି ପ୍ୟାକେଜ ଘୋଷଣା ହୋଇପାରେ ।

ବାତ୍ୟା ‘ୟାସ୍’ ପ୍ରଭାବରେ କ୍ଷତିଗ୍ରସ୍ତ ଜିଲ୍ଲାଗୁଡିକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଏରିୟଲ ସର୍ଭେ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୁରୁବାର 12ଟା 30ମିନିଟ୍ ରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ହେଲିକାପ୍ଟରରେ ବାହାରି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡାର ସ୍ଥିତି ସମୀକ୍ଷା କରିଛନ୍ତି । 3 ଜିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ।

ତେବେ ଏହା ପ୍ରଭାବରେ ବହୁ ତଳିଆ ଆଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଏଥି ସହିତ ଗତ କାଲି ମୁଖ୍ୟମନ୍ତ୍ରୀ ପ୍ରଭାବିତ ଅଞ୍ଚଳର 128 ଗ୍ରାମର ଲୋକମାନଙ୍କୁ ଆଗାମିି 7 ଦିନ ପର୍ଯ୍ୟନ୍ତ ମାଗଣାରେ ରାସନ ସମଗ୍ରୀ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।


ସେୟାର କରନ୍ତୁ