ଧରା ପୃଷ୍ଟରେ ମା ଗଜଲକ୍ଷ୍ମୀ, ପୂଜା ମଣ୍ଡପଗୁଡିକରେ ଶ୍ରଦ୍ଧାଳୁମାନଙ୍କ ଭିଡ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ: ଏବେ ପାଳିତ ହେଉଛି ବିଶ୍ୱ ପ୍ରସିଦ୍ଧ ଗଜଲଷ୍ମୀ ପୂଜା l ପବିତ୍ର କୁମାର ପୂର୍ଣ୍ଣିମା ଠାରୁ ପାରମ୍ପରିକ ରିତି ନୀତି ଅନୁଯାୟୀ ଆରମ୍ଭ ହୋଇଛି ଲଷ୍ମୀ ପୂଜା l ବିଗତ 2 ବର୍ଷ ହେବ କରୋନା କାରଣରୁ ମା’ଙ୍କ ପୂଜା ଫିକା ପଡି ଯାଇଯାଇଥିଲା l ଏ ବର୍ଷ କିନ୍ତୁ ବେଶ ଧୁମ ଧାମରେ ବିଭିନ୍ନ ସ୍ଥାନରେ ମା’ ଲଷ୍ମୀଙ୍କ ପୂଜା ପାଳିତ ହେଉଥିବା ଦେଖିବାକୁ ମିଳୁଛି l

ବିଭିନ୍ନ ପୂଜା ମଣ୍ଡପରେ ଦେଖିବାକୁ ମିଳୁଛି ସୂ ଉଚ୍ଚ ତ୍ବରଣ ମାଳାକୁ ରଙ୍ଗ ବେରଙ୍ଗରେ ସଜା ଲାଇଟ ଓ ଗେଟ l ପୂଜା ମଣ୍ଡପଗୁଡିକ ଧନ ଦାତ୍ରୀଙ୍କ ପ୍ରତିମା ପ୍ରତ୍ୟମାନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ ପୁରହିତଙ୍କ ମନ୍ତ୍ର ପାଠରେ ଉତ୍ସବ ମୁଖର ହୋଇ ଉଠିଛି l

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବରିହାପୁର ଗ୍ରାମରେ ମା ମହାଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଅଛି । ଲକ୍ଷ୍ମୀପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ବରିହାପୁର । ବର୍ତ୍ତମାନ ଗ୍ରାମର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା’ ଲକ୍ଷ୍ମୀ । ବରିହାପୁର ଗ୍ରାମରେ 12 ଟି ମଣ୍ଡପରେ ମା ଗଜଲକ୍ଷ୍ମୀ ପୂଜା ପାଉଛନ୍ତି l ସେଥି ମଧ୍ୟରୁ 7ଟିରେ ମା’ଲକ୍ଷ୍ମୀ ପୂଜା ପାଉଥିଲା ବେଳେ 5ଟିରେ ଅନ୍ୟ ଦେବଦେବୀ ପୂଜା ପାଉଛନ୍ତି ।

ତେବେ ଲୋକମାନେ ବିଭିନ୍ନ ସ୍ଥାନରୁ ଆସି ପୂଜା ପରିଦର୍ଶନ କରୁଛନ୍ତି । ସନ୍ଧ୍ୟା 7 ଟା ହେଲେ ଲୋକମାନଙ୍କର ଭିଡ ଦେଖିବାକୁ ମିଳୁଛି ରାତି 10 ଟା ପର୍ଯ୍ୟନ୍ତ l ଯେଉଁ ସବୁ ମେଢ଼ ରହିଛି ବେଶ ସୁନ୍ଦର ଭାବରେ କାରିଗର ମାନେ ଉପସ୍ଥାପନା କରିଛନ୍ତି । ଏହା ସହିତ ମା’ଙ୍କ ରିତି ନୀତି ଅନୁଯାୟୀ ପୂଜା କରାଯାଉଛି ଏବଂ ସେଠାରେ ଏକ ଆଧ୍ୟାତ୍ମିକ ପରିବେଷ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଅଛି l ସବୁ ମଣ୍ଡପରେ ଶ୍ରଦ୍ଧାଳୁଙ୍କର ଭିଡ ଦେଖିବାକୁ ମିଳିଛି । ଭକ୍ତ ମାନେ 2 ବର୍ଷ ପରେ ମା’ଙ୍କର ଭବ୍ୟ ରୂପର ଦର୍ଶନ ପାଇ ନିଜକୁ ଧନ୍ୟ ମନେ କରିଛନ୍ତି l


ସେୟାର କରନ୍ତୁ