ରାଜଧାନୀ ପ୍ରତିଷ୍ଠା ଦିବସ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି 74 ତମ ପ୍ରତିଷ୍ଠା ଦିବସ ପାଳୁଛି ରାଜଧାନୀ ଭୁବନେଶ୍ବର । ଓଡ଼ିଶାର ରାଜଧାନୀ ଭୁବନେଶ୍ବରର ଇତିହାସ 73 ବର୍ଷ ପୁରୁଣା । 1948ରେ ଏପ୍ରିଲ 13ରେ ମନ୍ଦିର ମାଳିନୀ ସହର ଭୁବନେଶ୍ବର ଓଡ଼ିଶାର ରାଜଧାନୀ ହୋଇଥିଲା । ପୂର୍ବରୁ ଓଡ଼ିଶାର ରାଜଧାନୀ କଟକ ଥିଲା । ଏଭିତରେ ଅନେକ କିଛି ବଦଳିଛି ଭୁବନେଶ୍ବର ।

ବିକାଶ ବହୁତ ଆଗକୁ ଯାଇଛି । ତଥାପି ଅନେକ ସମସ୍ୟା ଭିତରେ ଅଛନ୍ତି ସ୍ମାର୍ଟ ସିଟିବାସୀ । ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂସ୍କୃତି, ଶିକ୍ଷା, ସ୍ୱାସ୍ଥ୍ୟସେବାଠାରୁ କ୍ରୀଡ଼ା କ୍ଷେତ୍ରରେ ରୂପାନ୍ତରଣ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଦେଶର ପ୍ରମୁଖ ସ୍ମାର୍ଟସିଟିରେ ପରିଣତ କରିଛି । ଆସନ୍ତୁ ଭୁବନେଶ୍ୱରକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବାକୁ ସମସ୍ତେ ଏକ ହୋଇ କାମ କରିବା ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।


ସେୟାର କରନ୍ତୁ