ଅନ୍ଧବିଶ୍ୱାସୀ ଜାହ୍ନବୀ କପୁର , ଏମିତି କିଛି କରିଥାନ୍ତି ଘରକୁ ପ୍ରବେଶ ଓ ପ୍ରସ୍ଥାନ ବେଳରେ

ସିନେମା
ସେୟାର କରନ୍ତୁ

ମୁମ୍ବାଇ :ଅଭିନୟ ଜଗତରେ ଏମିତି କିଛି ପେସାଦାର ଚର୍ଚ୍ଚିତ ଚେହେରା ଅଛନ୍ତି ,ଯେଉଁ ମାନେ କି ଆଜିବି ଅନ୍ଧବିଶ୍ୱାସକୁ ନିଜର ବିଶ୍ୱାସ ଭାବି ଚଳିଥାନ୍ତି ।ଏହା ସେମାନଙ୍କ ପେସାଦାର ଜୀବନଠାରୁ ସଂପୂର୍ଣ୍ଣ ଭିନ୍ନ ହୋଇଥାଏ ।ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ।
ନିଜ ବଡ଼ ଭଉଣୀ ସୋନମ କପୁରଙ୍କ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ର ବିଜ୍ଞାପନ କରିବାକୁ ଯାଇ ଜାହ୍ନବୀ ନିଜ ଅନ୍ଧବିଶ୍ୱାସ ବିଷୟରେ କହିଥିଲେ । ସୋନମ ଜାହ୍ନବୀଙ୍କ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଜାହ୍ନବୀ କହିଛନ୍ତି, ମୋର ଏକ ଅଜବ ଅନ୍ଧବିଶ୍ୱାସ ରହିଛି । ମୁଁ କୌଣସି ଜରୁରୀ କାମ ପାଇଁ ବାହାରକୁ ଯାଏ ବା ଆସେ ସେତେବେଳେ ମୋର ଡ଼ାହାଣ ପାଦ ବାହାରକୁ ବାହର କରି ଯାଏ ଓ ଫେରିଲା ବେଳେ ମଧ୍ୟ ଡ଼ାହାଣ ପାଦ ରଖି ଭିତରକୁ ପ୍ରବେଶ କରିଥାଏ ।


ସେୟାର କରନ୍ତୁ