ପ୍ରଭୁଦେବା କହିଲେ, ସବୁଠୁ ଭଲ ଡ୍ୟାନ୍ସ କରୁଥିବା ଅଭିନେତା ତିନି ଜଣ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ପ୍ରଭୁ ଦେବା ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠୁ ଲୋକପ୍ରିୟ ଡ୍ୟାନସର । ଆଜିର ଯୁବପୀଢ଼ି ତାଙ୍କୁ ନିଜର ପ୍ରେରଣା ମାନୁଛନ୍ତି । ତାଙ୍କର ଅନେକ ପ୍ରଶଂସକ ଅଛନ୍ତି । କାହା ମନରେ ନୃତ୍ୟର ବିଚାର ଆସିଥାଏ ସେତେବେଳେ ପ୍ରଭୁ ଦେବାଙ୍କ ନାଁ ମନକୁ ନିଶ୍ଚୟ ଆସିଥାଏ।ସେ ଜଣେ ଭଲ ଡ୍ୟାନସର ହେବା ବ୍ୟତୀତ ଜଣେ ପ୍ରସିଦ୍ଧ କୋରିଓଗ୍ରାଫର ଏବଂ ନିର୍ଦେଶକ ମଧ୍ୟ । ପ୍ରଭୁ ଦେବା ନିଜ ନୃତ୍ୟ ପାଇଁ ହଜାର ହଜାର ପୁରସ୍କାର ଜିତିଛନ୍ତି। ପ୍ରଭୁ ଦେବାଙ୍କ ନୃତ୍ୟରେ ସାରା ଫିଲ୍ମ ଇଣ୍ଡଷ୍ଟ୍ରି ମସଗୁଲ । ଡ୍ୟାନ୍ସର ହିସାବରେ ହୁଅନ୍ତୁ ଅଥବା ନିର୍ଦେଶକ ହିସାବରେ ହୁଅନ୍ତୁ ,ସେ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରଥମ ପସନ୍ଦ ।
ଫିଲ୍ମର ପ୍ରଚାର ସମୟରେ ପ୍ରଭୁ ଦେବାଙ୍କୁ ଜଣେ ସୋଶିଆଲ ମିଡିଆର ସାମ୍ବାଦିକ ପ୍ରଶ୍ନ କରିଥିଲେ ଯେ, ସବୁଠୁ ଭଲ ଡ୍ୟାନ୍ସ କରୁଥିବା ଅଭିନେତା କିଏ? ସେ ତିନି ଜଣକୁ ବାଛିଥିଲେ, ସେମାନେ ହେଲେ ସର୍ବ ପ୍ରଥମେ ଅଭିନେତା ହ୍ରିତିକ୍ ରୋଶନଙ୍କ ନାଁ କହିଥିଲେ । ଏହା ବ୍ୟତୀତ ଯୁବ ଅଭିନେତା ଟାଇଗର ଶ୍ରଫ ମଧ୍ୟ ପସନ୍ଦ ବୋଲି କହିଥିଲେ ।
ଏହା ପରେ ସାମ୍ବାଦିକ ତାଙ୍କୁ ପଚାରିଥିଲେ ଯେ, ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିରେ କୌଣସି ଅଭିନେତା ନାହାନ୍ତି କି?ତାପରେ ପ୍ରଭୁ ତୁରନ୍ତ ଆଲ୍ଲୁ ଅର୍ଜ୍ଜୁନଙ୍କ ନାଁ କହିଥିଲେ।


ସେୟାର କରନ୍ତୁ