Coronavirus: 24 ଘଣ୍ଟାରେ ସାମ୍ନାକୁ ଆସିଲା 2 ଲକ୍ଷ 11 ହଜାର କେସ, 3847 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: କରୋନା ସଂକ୍ରମିତର ଲହର ଭାରତରେ ତାର କାୟା ବିସ୍ତାର କରିବାରେ ଲାଗି ଅଛି । ଯଦିଓ କିଛି ଦିନ ହେବ ସଂକ୍ରାମିତଙ୍କ ସଂଖ୍ୟା ତଳକୁ ଖସିଅଛି ତଥାପି ଏହାର ସଙ୍କଟ ଟଳିନାହିଁ । ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 2 ଲକ୍ଷ 11 ହଜାର 298 ନୂଆ କେସ ସାମ୍ନାକୁ ଆସିଅଛି । ତେବେ ଏହି ସମୟ ମଧ୍ୟରେ 3 ହଜାର 847 କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 2 ଲକ୍ଷ 83 ହଜାର 135 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ :

ପୂର୍ବ 24 ଘଣ୍ଟାରେ ନୂଆ ମାମଲା – 2 ଲକ୍ଷ 11 ହଜାର 298
ଏପର୍ଯ୍ୟନ୍ତ ମୋଟ ମାମଲା -2 କୋଟି 73 ଲକ୍ଷ 69 ହଜାର 093

ପୂର୍ବ 24 ଘଣ୍ଟାରେ ଠିକ ହୋଇଥିବା ରୋଗୀ – 2 ଲକ୍ଷ 83 ହଜାର 135
ଏପର୍ଯ୍ୟନ୍ତ ମୋଟ ଠିକ ହୋଇଥିବା ରୋଗୀ -2 କୋଟି 46 ଲକ୍ଷ 33 ହଜାର 951

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 3 ହଜାର 847
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 3 ଲକ୍ଷ 15 ହଜାର 235

ମୋଟ ଆକ୍ଟିଭ କେସ- ଚବିଶ ଲକ୍ଷ 19 ହଜାର 907

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 26 ମଇ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 33 କୋଟି 69 ଲକ୍ଷ 69 ହଜାର 535 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 21,57,857 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ