ପେଟ ଦୋଷ ଓ ମୁଖ ବ୍ରଣରୁ ମୁକ୍ତି ପାଇବା ପାଇଁ ଚାହିୁଁଛନ୍ତି କି? ତାହାଲେ ବ୍ୟବହାର କରନ୍ତୁ ପୁଦିନା ପତ୍ର….

ଦେଶବିଦେଶ
ସେୟାର କରନ୍ତୁ

(ରିପୋର୍ଟ-କିନି ମହାପାତ୍ର)

ଭୁବନେଶ୍ୱର: ପ୍ରକୃତିର ଏକ ସତେଜ, ସୁନ୍ଦର ଓ ଉପକାରୀ ଅବଦାନ ହେଉଛି ପୁଦିନା । ପୁଦିନା ପତ୍ରରେ ବିଭିନ୍ନ ରୋଗପ୍ରତିରୋଧକ ଶକ୍ତି ରହିଛି ଓ ସୌନ୍ଦର୍ଯ୍ୟ ରକ୍ଷା କରିବା ପାଇଁ ମଧ୍ୟ ଏହି ପତ୍ରରେ ପ୍ରକୃତି ଭରି ଦେଇଛି ନାନା ପ୍ରକାରର ଉପାଦାନ ।

ସନ୍ତସନ୍ତିଆ ଜାଗାରେ ଏହି ଗଛ ଭଲ ଭାବେ ବଢ଼ିପାରେ । ପୁଦିନାର ଏକ ସ୍ୱତନ୍ତ୍ର ବାସ୍ନା ରହିଛି, ଯାହା କି ଖାଦ୍ୟରେ ଏକ ଭିନ୍ନ ସ୍ୱାଦ ଆଣିଥାଏ । ତେଣୁ ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ଏହାକୁ ବ୍ୟବହାର କରାଯାଏ । ସାଧାରଣତଃ ଲୋକମାନେ ପୁଦିନାର ବ୍ୟବହାର ଟୁଥପେଷ୍ଟରେ ହୁଏ ବୋଲି ଜାଣିଥାଆନ୍ତି । କିନ୍ତୁ ଏଥିରେ ବହୁ ପୋଷକ ତତ୍ତ୍ୱ ରହିଛି । ପ୍ରତି ଶହେ ଗ୍ରାମ ପୁଦିନାରେ ଜଣେ ବ୍ୟକ୍ତି ୭୦ କିଲୋ କ୍ୟାଲୋରୀ ଶକ୍ତି ପାଇପାରିବେ ।

ତା’ଛଡ଼ା ଏଥିରେ ଭରି ରହିଛି ଭିଟାମିନ୍-ସି, କେ, କପର ଓ କ୍ୟାଲସିୟମ । ପୁଦିନା ଖାଦ୍ୟ ହଜମ କରିବାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରେ ଓ ଆପଣଙ୍କ ପାକସ୍ଥଳୀକୁ ସୁସ୍ଥ ରଖେ । ସମସ୍ତ ପ୍ରକାରର ପେଟ ଦୋଷରୁ ଏହା ଆପଣଙ୍କୁ ଦୂରରେ ରଖେ ।

ଏକ ଗବେଷଣାରୁ ଜଣା ପଡ଼ିଛି, ପୁଦିନା ପତ୍ର ଜ୍ୱରକୁ ମଧ୍ୟ ପ୍ରଶମିତ କରେ । କାରଣ ଏହା ଶରୀରକୁ ଥଣ୍ଡା ରଖିବାରେ ସହାୟକ ହୁଏ । ଶ୍ୱାସ ଓ ଥଣ୍ଡା ରୋଗ ପାଇଁ ମଧ୍ୟ ଏହି ପତ୍ର ଖୁବ୍ ଲାଭଦାୟୀ । ପୁଦିନା ପତ୍ରର କ୍ଲୋରୋହେକ୍ସିଡ଼ିନ୍ ନାମକ ରସାୟନିକ ଉପାଦାନ ବ୍ୟାକ୍ଟେରିଆକୁ ମାରିବା ପାଇଁ ଉପଯୋଗୀ, ତେଣୁ ଦାନ୍ତର ସମସ୍ତ ସମସ୍ୟରୁ ଏହା ଆପଣଙ୍କୁ ଦୂରରେ ରଖେ ।

ପ୍ରାକୃତିକ ଉପାୟରେ ରୂପି ସମସ୍ୟାର ମୂଳୋତ୍ପଟନ କରିବାରେ ଏହା ସହାୟକ ହୁଏ । ପୁଦିନା ପତ୍ରରୁ ତିଆରି ତେଲକୁ ଆଘ୍ରାଣ କଲେ ଏହା ଥଣ୍ଡାରୁ ମୁକ୍ତି ଦିଏ ଓ ରକ୍ତ ସଞ୍ଚାଳନ ବଢ଼ାଏ । ପୁଦିନା ପତ୍ରରେ ଭିଟାମିନ୍ ‘ଇ’ ଓ ‘ଡ଼ି’ ଥିବାରୁ ଏହା ସୌନ୍ଦର୍ଯ୍ୟ ରକ୍ଷା କରିବାରେ ସହାୟକ ହୁଏ । ଏହା ଶରୀରକୁ ଶୀତଳତା ପ୍ରଦାନ କରିବା ସହ ବୟସର ଛାପ ପଡ଼ିବାକୁ ଦିଏ ନାହିଁ । ଏଥିରେ ଥିବା ସାଲିସିଲିକ୍ ଏସିଡ୍ ମୃତଜୀବ କୋଷକୁ ବାହାର କରିବାରେ ସାହାଯ୍ୟ କରେ । ତେଣୁ ଏହାକୁ ଫେସୱାଶ ଓ ଟୋନର ଭାବରେ ବ୍ୟବହାର କରି ହେବ ।

ସମପରିମାଣର ପୁଦିନା ଓ ଗୋଲାପ ରସ ଲଗାଇଲେ ଏହା ମୁଖ ବ୍ରଣ ସମସ୍ୟାରୁ ମୁକ୍ତି ଦିଏ । ତେଣୁ ପ୍ରତିଦିନ ପୁଦିନା ପତ୍ରକୁ ନିଜ ଭୋଜନରେ ସାମିଲ କରନ୍ତୁ ଓ ତାହାର ଔଷଧିୟ ଗୁଣର ଲାଭ ନିଅନ୍ତୁ ।


ସେୟାର କରନ୍ତୁ