ଭାଇରାଲ ହେଲା କ୍ୟାମ୍ପସରେ ପ୍ରେମ

ଭାଇରାଲ
ସେୟାର କରନ୍ତୁ

ଭୁବନେଶ୍ୱର: ଦୁଇ ପ୍ରେମିଯୁଗଳଙ୍କ କଳାକାରନାମା ପୁଣି ପଦାକୁ ଆସିଛି । ଦୁହିଁଙ୍କ ୧୭ ସେକେଣ୍ଡର ଅନ୍ତରଙ୍ଗ ମୁହୂର୍ତର ଭିଡ଼ିଓ ଭାଇରାଲ ହୋଇଛି । ଯାହା ମୋବାଇଲଠୁ ମୋବାଇଲ ଘୁରି ବୁଲୁଥିବା ଦେଖିବାକୁ ମିଳିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଭିଡ଼ିଓଟି କୌଣସି ଘରେ କି ହୋଟଲରେ ସୁଟ୍ ହୋଇନାହିଁ ବରଂ ଖୋଦ୍ କଲେଜ କ୍ୟାମ୍ପସ ଭିତରେ ହୋଇଥିବା ଜଣାପଡିଛି । ତାହା ପୁଣି କଲେଜ ୟୁନିଫର୍ମରେ । ଯାହାକୁ ନେଇ କଲେଜରେ ଅସନ୍ତୋଷ ପ୍ରକାଶ ପାଇଛି । କଲେଜର ନାଁ ବୁଡ଼ାଇଲେ କହି ସମସ୍ତେ ଟୁପୁରୁଟାପୁର ହେଉଥିବା ଶୁଣିବାକୁ ମିଳିଛି ।

ଭିଡ଼ିଓରୁ ଜଣାପଡିଛି ଯେ, ଏହା ରେକର୍ଡ ହୋଇଛି ଏକ କଲେଜ ଭିତରେ । କଲେଜ ୟୁନିଫର୍ମରେ ଥାଇ ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ବିଭିନ୍ନ ଆଳ ଦେଖାଇ ନିଜ ମୋବାଇଲରେ ଅନ୍ତରଙ୍ଗ ମୁହୂର୍ତର ଛବି ରେକଡିଂ କରୁଛନ୍ତି । ହେଲେ ଏହାକୁ ଛାତ୍ରୀ ଜଣଙ୍କ ବାରଣ କରିନଥିବା ଜଣାପଡିଛି । ଭାଇରାଲ ହୋଇଥିବା ଛାତ୍ରୀଙ୍କ ଘର ଭଦ୍ରକ ଜିଲ୍ଲାରେ ବୋଲି ଜଣାପଡିଛି । ସେ ଯାଜପୁର ଜିଲ୍ଲାର ଏକ କଲେଜରେ ପାଠ ପଢୁଛନ୍ତି । ଖବର ଚାରିଆଡ଼େ ଖେଳିଯିବା ପରେ ଧାମନଗର ଥାନାରେ ଏକ ଅଭିଯୋଗ ଦାୟାର ହୋଇଛି । ପୁଲିସ ଏହି ଭିଡ଼ିଓକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ସଂପୃକ୍ତ ଯୁବକଙ୍କୁ ଧାମନଗର ପୁଲିସ ଗିରଫ କରିଥିବା ସୂଚନା ଦେଇଛି । ।

ଏଠି ଆମେ କହି ରଖୁଛୁ କି ଭାଇରାଲ ଭିଡ଼ିଓ ନେଇ ପୁଲିସ ଡିଜି ଆଡ଼ଭାଜରୀ ଜାରି କରିଥିଲେ ସୁଦ୍ଧା ଏହାକୁ ଖାତିର କରୁ ନାହାନ୍ତି ପ୍ରେମିଯୁଗଳ । ଯାହା ପରବର୍ତ୍ତୀ ସମୟରେ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ସାଜୁଥିବା ଦେଖିବାକୁ ମିଳିଛି ।


ସେୟାର କରନ୍ତୁ