ରାନୁ ମଣ୍ଡଳଙ୍କ ପରେ ଏହି ଟ୍ରକ ଚାଳକଙ୍କ ଗୀତ ଭାଇରାଲ, ଏହି ଅନ୍ଦାଜରେ ଗାଇଲେ ମହମଦ ରଫିଙ୍କ ଗୀତ, ଲୋକ କହିଲେ -ଏ ହେଉଛି ଅସଲି ଟ୍ୟାଲେଣ୍ଟ

ଭାଇରାଲ ସିନେମା
ସେୟାର କରନ୍ତୁ

ମୁମ୍ବାଇ : ସୋସିଆଲ ମିଡିଆରେ ଏହି ସମୟରେ କେତେ ଯେ ଭିଡ଼ିଓ ଭାଇରାଲ ହେଉଅଛି । କେବେ କେବେ କିଛି ବେକାର ଭିଡ଼ିଓକୁ ମଧ୍ୟ ଲୋକେ ଇଣ୍ଟରନେଟରେ ବିନା କାରଣରେ ଭାଇରାଲ କରିଦିଅନ୍ତି । ଏହି ସବୁ ଭିତରେ ଅସଲି ଟ୍ୟାଲେଣ୍ଟ କେଉଁଠି ହଜିଯାଇଥାଏ । କିଛିଦିନ ପୂର୍ବେ ରାନୁ ମଣ୍ଡଳ ବହୁତ ଚର୍ଚାରେ ରହିଥିଲେ । ଏବେ ଏହି ଥର ଏକ ଟ୍ରକ ଚାଳକର ଗୀତ ଲୋକଙ୍କ ହୃଦୟକୁ ଛୁଉଁଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓ ପାଇଁ ଲୋକ ବହୁତ ପ୍ରେମ ବର୍ଷା କରୁଛନ୍ତି, ଯେଉଁଥିରେ ଜଣେ ମଉସାଙ୍କୁ ମହମଦ ରଫିଙ୍କ ଗୀତ ଗାଉଥିବା ଦେଖାଯାଉ ଅଛି ।

ଏହି ଭିଡ଼ିଓକୁ ବିବେକ ବର୍ମା ନାମକ ଇନ୍ସଟା ହ୍ୟାଣ୍ଡେଲରେ ସେୟାର କରାଯାଇଛି । ବିବେକ ନିଜେ ଜଣେ ସିଙ୍ଗର ଅଟନ୍ତି ଓ ସେ ଏହି ଭିଡ଼ିଓ ସେୟାର କରି ଯେଉଁ କ୍ୟାପସନ ଦେଇଛନ୍ତି, ତାହା ସତରେ ଆପଣଙ୍କ ହୃଦୟକୁ ଛୁଇଁଯିବ । ଭିଡ଼ିଓ ସେୟାର କରି ଲେଖିଛନ୍ତି କି କମଳେସ ମଉସା ନିଜର ପୁରା ଜୀବନ ଟ୍ରକ ଚଳାଇ ବିତାଇ ଦେଇଛନ୍ତି, କିନ୍ତୁ ହୃଦୟ ଓ ଆତ୍ମାରେ ସେ ଜଣେ ହାଡ଼କୋର ମିଉଜିସିଆନ ଅଟନ୍ତି । ବିବେକ ଆଗକୁ ବତାଉଛନ୍ତି କି କମଳେସଙ୍କୁ ବହୁତ କହିଲା ପରେ ସେ ଏହି ଗୀତକୁ ଗାଇଲେ । ତାଙ୍କୁ ତାଙ୍କର ଗାଇବା ପସନ୍ଦ ଆସିଲା ଓ ସେ ଏଇଥିପାଇଁ ଆମ ସମସ୍ତଙ୍କ ସହ ଭିଡ଼ିଓକୁ ସେୟାର କରିଛନ୍ତି । ଆଉ ତାହା ସହିତ ଲେଖିଛନ୍ତି ଯଦି ମଉକା ମିଳେ ତାଙ୍କ ସହିତ ଶୀଘ୍ର ଏକ ଗୀତ ରେକର୍ଡିଙ୍ଗ କରିବେ ।

ଭିଡ଼ିଓରେ ଆପଣ ଦେଖି ପାରିବେ କି ଡ୍ରାଇଭର କମଳେସ କେଉଁ ପ୍ରକାର ମହମଦ ରଫିଙ୍କ ପ୍ରସିଦ୍ଧ ଗୀତ ‘ମୁଝେ ଇସ୍କ ହେ ତୁଝି ସେ’ କୁ ଗାଉଛନ୍ତି । ଏହି ବୟସରେ ତାଙ୍କର ଏହି ଜଜବେକୁ ଦେଖି ଲୋକ ଆଶ୍ଚର୍ଯ୍ୟ ଓ ତାଙ୍କର ଗାଇବାକୁ ପ୍ରଶଂସା କରୁଛନ୍ତି । ଜଣେ ସୋସିଆଲ ମିଡ଼ିଆ ୟୁଜର ଏହି ଭିଡ଼ିଓ ପାଇଁ କମେଣ୍ଟ କରି ଲେଖିଛନ୍ତି, ମଉସାଙ୍କୁ ଗାଉଥିବା ଦେଖି ପୁରା ସମୟ ମୋ ଚେହେରାରେ ହସ ଥିଲା । କି ସୁନ୍ଦର ସ୍ୱର ଅଟେ । ଏହିପରି ବହୁତ ରିଆକସନ ଏହି ଭିଡ଼ିଓ ପାଇଁ ଦେଖିବାକୁ ମିଳୁଛି । ଆପଣଙ୍କୁ କେମିତି ଲାଗିଲା ତାଙ୍କର ଗୀତ ? ଆମକୁ କମେଣ୍ଟରେ ନିଶ୍ଚୟ କୁହନ୍ତୁ ।


ସେୟାର କରନ୍ତୁ