ଛେଡ଼ଛାଡ଼ର ଆରୋପ ଲଗାଇ 15ଲକ୍ଷ ଦାବି କରିବା ଆରୋପରେ ଅଭିନେତ୍ରୀ ଗିରଫ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ମରାଠୀ ଅଭିନେତ୍ରୀ ସାରା ଶ୍ରବଣ ନିଜର ଆକ୍ଟିଙ୍ଗରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଛନ୍ତି । ଏବେ ଆକ୍ଟିଙ୍ଗରୁ ଅଲଗା ସାରା ଶ୍ରବଣ ପୁଲିସର କାରବାଇ ପାଇଁ ଚର୍ଚ୍ଚାରେ ଅଛନ୍ତି । ସାରା ଶ୍ରବଣଙ୍କୁ ପୁଲିସର କ୍ରାଇମବ୍ରାଞ୍ଚ ମୁମ୍ବାଇରୁ ଗିରଫ କରିଅଛି । କାରଣ ଏଇଆ କି ଅଭିନେତ୍ରୀଙ୍କ ଉପରେ 15ଲକ୍ଷ ଜବରଦସ୍ତ ଦାବି କରୁଥିବାର ଆରୋପରେ ପୁଲିସ ତାଙ୍କ ଉପରେ କାରାବାଈ କରିଅଛି ।

ନ୍ୟୁଜ ଏଜେନ୍ସି ପିଟିଆଇ’ର ମୁତାବକ,ସାରା ଶ୍ରବଣ ଏହି କେସରେ ଗିରଫଦାର ହୋଇଥିବା ଚତୁର୍ଥ ଆରୋପି ଅଟନ୍ତି । ଶ୍ରବଣ ସୁବାଷ ଯାଦବଙ୍କ ସହିତ ଏକ ଫିଲ୍ମରେ କାମ କରିଥିଲେ । ଏହା ପରେ ସେ ଏ ଫିଲ୍ମ ରିଲିଜ ହେବାପରେ ସୁବାଷ ଯାଦବଙ୍କ ଉପରେ ଛେଡ଼ଛାଡ଼ର ଆରୋପ ଲଗାଇ ଥିଲେ ।

ଏକ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ବିଚେଲିଆ ରାମଜଗଡାଳେ ଏହି ମାମଲାର ସେଟେଲମେଣ୍ଟ କରିବାପାଇଁ ସୁବାଷ ଯାଦବଙ୍କ ଠାରୁ 15ଲକ୍ଷ ଟଙ୍କା ମାଗିଥିଲେ । ଏହି ପୁରା ଘଟଣାର ସୁବାଷ ଯାଦବ ଭିଡ଼ିଓ ରେକଡିଙ୍ଗ କରି ନେଇଥିଲେ । ଏଥିରେ ଆରୋପି ସୁବାଷ ଯାଦବଙ୍କ ଠାରୁ 15ଲକ୍ଷ ଟଙ୍କା ମାଗୁଥିବାର ନଜର ଆସୁଥିଲେ । ଏଥିରେ ସେ ଭିଡିଓକୁ ପବ୍ଲିକ ନ କରିବା ବଦଳରେ 15ଲକ୍ଷ ଟଙ୍କା ମାଗୁଥିଲେ ।

ପୁଲିସ କହିବା ଅନୁଯାୟୀ,ଆଉ ଜଣେ ମହିଳା ଆକ୍ଟର ଏହି ଭିଡିଓକୁ ଲିକ କରିଦେଇଥିଲେ କାହିଁକିନା ସୁବାଷ ଯାଦବ ପୁଲିସ ପାଖରେ ବସୁଲିର ଶିକାୟତ କରିଥିଲେ । ସାରା ଶ୍ରବଣଙ୍କୁ ଲୋୟର ପରେଲରେ ଗିରଫଦାର କରାଯାଇଅଛି । ପୁଲିସ ପୁନେ କୋର୍ଟରେ ତାଙ୍କର ଵେଲ ଖାରିଜ ହେବା ପରେ ଏ କାରବାଇ କରିଅଛି ।


ସେୟାର କରନ୍ତୁ