Coronavirus: ଦେଶରେ 24 ଘଣ୍ଟାରେ 24 ହଜାର ପାଖାପାଖି ନୂଆ କେସ, ଆକ୍ଟିଭ ରୋଗୀଙ୍କ ସଂଖ୍ୟା 3 ଲକ୍ଷରୁ କମ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ଏଥି ସହିତ କରୋନା କାରଣରୁ ମୃତ୍ୟୁ ହେଉଥିବା ସିଲସିଲା ଜାରି ରହିଛି । ଦେଶରେ ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 23,950 ନୂଆ କେସ ସାମ୍ନାକୁ ଆସିଅଛି । ଏହା ସହିତ କରୋନା ମାମଲା ବଢିକରି ମୋଟ 1,00,99,066 ହୋଇଅଛି । ପୂର୍ବ 24 ଘଣ୍ଟାରେ ରିକବରୀ ହେଉଥିବା ସଂଖ୍ୟା ମଧ୍ୟ ବଢ଼ିଅଛି । ଦେଶରେ କରୋନାରେ ସଂକ୍ରମିତ ହୋଇଥିବା 26,895 ରୋଗୀଙ୍କ ରିକବରୀ ହୋଇଅଛି । ଏହା ସହିତ ଏପର୍ଯ୍ୟନ୍ତ 96,63,382 ରୋଗୀଙ୍କ ଚିକିତ୍ସା କରାଯାଇ ସାରିଲାଣି ।

ତେବେ ଦେଶରେ କରୋନା କାରଣରୁ 333 ରୋଗୀଙ୍କ ଜୀବନ ଯାଇଅଛି । ଏପର୍ଯ୍ୟନ୍ତ ଦେଶରେ 1,46,444 କରୋନା ରୋଗୀଙ୍କ ମୃତ୍ୟୁ ହୋଇସାରିଛି । ଦେଶରେ କରୋନା ଭାଇରସର ଆକ୍ଟିଭ ରୋଗୀଙ୍କ ସଂଖ୍ୟା ତିନି ଲକ୍ଷରୁ କମ ହୋଇଅଛି । ଏବେ ଦେଶରେ 2,89,240 ଆକ୍ଟିଭ କରୋନା ରୋଗୀ ଅଛନ୍ତି ।

ଏପର୍ଯ୍ୟନ୍ତ ଦେଶରେ କରୋନା ପାଇଁ 16,42,68,721 ସାମ୍ପୁଲ ଯାଞ୍ଚ କରାଯାଇଅଛି । ପୂର୍ବ 24 ଘଣ୍ଟାରେ 10,98,164 ସାମ୍ପୁଲ ଯାଞ୍ଚ ହୋଇଅଛି ।


ସେୟାର କରନ୍ତୁ