ଦେଶରେ କରୋନା 24 ଘଣ୍ଟାରେ ଆସିଲା ରେକର୍ଡ 86 ହଜାର ନୂଆ ମାମଲା, ଏପର୍ଯ୍ୟନ୍ତ 40 ଲକ୍ଷ ଲୋକ ସଂକ୍ରମିତ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀ ଏକ ବିକଟାଳ ରୂପ ନେବାରେ ଲାଗିଛି । ଦୁନିଆରେ ସବୁଠାରୁ ଦ୍ରୁତ ସଂକ୍ରମଣ ଭାରତରେ ବ୍ୟାପିବାରେ ଲାଗିଛି । ପୂର୍ବ 24 ଘଣ୍ଟା ମଧ୍ୟରେ ଦେଶରେ 86,432 ନୂତନ ମାମଲା ରେକର୍ଡ ହୋଇଛି । ତେବେ ଏଥି ସହିତ ମଧ୍ୟ 1,089 ଲୋକ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ଦେଶରେ ସଂକ୍ରମିତ ମୋଟ କରୋନା ସଂଖ୍ୟା 40 ଲକ୍ଷ ଅତିକ୍ରମ କରିଛି ।

ବର୍ତ୍ତମାନ ଦେଶରେ ସଂକ୍ରମିତ ମୋଟ କରୋନା ସଂଖ୍ୟା 40 ଲକ୍ଷ 23 ହଜାରକୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ 69,561 ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ଟିଭ ମାମଲା ସଂଖ୍ୟା 8 ଲକ୍ଷ 46 ହଜାରକୁ ବୃଦ୍ଧି ପାଇଛି ଏବଂ 31 ଲକ୍ଷ 7 ହଜାର ଲୋକ ଏହି ରୋଗରୁ ଆରୋଗ୍ୟ ହୋଇଛନ୍ତି । ସଂକ୍ରମଣର ଆକ୍ଟିଭ ମାମଲା ତୁଳନାରେ ସୁସ୍ଥ ଲୋକଙ୍କ ସଂଖ୍ୟା ପ୍ରାୟ ତିନି ଗୁଣ ଅଧିକ ।

ତେବେ କିଛି ଆରାମ କଥା ହେଉଛି ଯେ କରୋନା ଭାଇରସରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢୁଅଛି ଏବଂ ପୂର୍ବ 24 ଘଣ୍ଟା ମଧ୍ୟରେ ରେକର୍ଡ ଲୋକ ଭଲ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ପୂର୍ବ 24 ଘଣ୍ଟା ମଧ୍ୟରେ ସାରା ଦେଶରେ 70072 ଜଣ ଲୋକ କରୋନା ଭାଇରସ ଠାରୁ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇଯାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ସମୁଦାୟ 3107223 ଲୋକ କରୋନା ଭାଇରସ ଠାରୁ ଆରୋଗ୍ୟ ଲାଭ କରିଛନ୍ତି ଏବଂ ଭାରତରେ ଏହାର ପୁନରୁଦ୍ଧାର ହାର 77.23 ପ୍ରତିଶତ ରହିଛି ।


ସେୟାର କରନ୍ତୁ