ସିଙ୍ଗଡ଼ା ବା ସମୋସା ଇତିହାସ….

ଦେଶବିଦେଶ
ସେୟାର କରନ୍ତୁ

ପିଲାଠୁ ନେଇ ବୁଢ଼ା ସଭିଙ୍କର ପସନ୍ଦ ସିଙ୍ଗଡ଼ା ବା ସମୋସା । ତେଣୁ ଗାଁ ରୁ ନେଇ ସହର ଛୋଟରୁ ଆରମ୍ଭ କରି ବଡ଼ ବଡ଼ ରେଷ୍ଟୁରାଂଟ ସବୁଆଡ଼େ ଏହା ସହଜରେ ମିଳିଯାଏ । କିନ୍ତୁ ଖୁବ କମ ଲୋକ ଜାଣିଥିବେ ଏହି ସିଙ୍ଗଡ଼ା ଭାରତ ଦେଶର ଖାଦ୍ୟ ନୁହେଁ । ଭାରତକୁ ଆସିବା ପୂର୍ବରୁ ଏହା କିଛି ପଡ଼ୋଶୀ ଦେଶରେ ପ୍ରଚଳିତ ଥିଲା । ପ୍ରଥମେ ଇରାନରେ ଏହାର ଉତ୍ପତି ହୋଇଥିଲା । ସିଙ୍ଗଡ଼ାର ଆକାର ତ୍ରିକୋଣ କିପରି ହେଲା ତାହା ଏବେବି ଅସ୍ପଷ୍ଟ ।

ସିଙ୍ଗଡ଼ା ବା ହିନ୍ଦୀରେ କୁହାଯାଉଥିବା ସମୋସା ଫାର୍ସି ଶବ୍ଦ ‘ସମ୍ବେସାଗ’ରୁ ଆସିଛି । ଐତିହାସିକଙ୍କ ମତରେ ମହମ୍ମଦ ଗଜନୀଙ୍କ ଦରବାରରେ ସିଙ୍ଗଡ଼ାକୁ ଏକ ବ୍ୟଂଜନ ଭାବେ ପ୍ରସ୍ତୁତ କରାଯାଉଥିଲା । କିନ୍ତୁ ସିଙ୍ଗଡ଼ା ଭିତରେ ଆଳୁ ବଦଳରେ ମାଂସ କିମା ଦିଆଯାଉଥିଲା । ଆର୍ଯ୍ୟମାନେ ଯେବେ ଭାରତକୁ ଆସିଲେ ପାଖାପାଖି ୨୦୦୦ ବର୍ଷ ପୂର୍ବେ ସିଙ୍ଗଡ଼ାର ଉତ୍ପତି ହୋଇଥିଲା । ଷୋଳଶହ ଶତାଦ୍ଦୀରେ ପର୍ତୁଗାଲମାନେ ଭାରତକୁ ଆସିଲା ବେଳେ ସାଙ୍ଗରେ ଆଳୁ ନେଇକି ଆସିଥିଲେ । ତା’ପରେ ସିଙ୍ଗଡ଼ା ଭିତରେ ଆଳୁ ସହିତ ଭିନ୍ନ ଭିନ୍ନ ସ୍ୱାଦିଷ୍ଟ ମସଲା ଦେଇ ପ୍ରସ୍ତୁତ ହେଲା ।


ସେୟାର କରନ୍ତୁ