ପରଜଙ୍ଗ ଭାଜପା ପକ୍ଷରୁ ଦଳୀୟ କାର୍ଯ୍ୟଳୟ ଉଦଘାଟନ ଓ ମହାମିଶ୍ରଣ ପର୍ବ ଅନୁଷ୍ଠିତ

ରାଜନୀତି
ସେୟାର କରନ୍ତୁ

ପରଜଙ୍ଗ : ପରଜଙ୍ଗ ନିର୍ବାଚନ ମଣ୍ଡଳୀର ପରଜଙ୍ଗ ପୁରୁଣା ବାଜାଜ ସୋରୁମଠାରେ ବିଜେପିର ନୂତନ ଦଳୀୟ କାର୍ଯ୍ୟାଳୟ ଉଦଘାଟନ ସହ ଏକ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ପରଜଙ୍ଗର ବିଜେପି ବିଧାୟକ ପ୍ରାର୍ଥୀ ବିଭୁତି ଭୂଷଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ବିଜେପି ନେତା ପ୍ରଶାନ୍ତ ଦଳବେହେରା ଓ ବ୍ଲକ ଅଧକ୍ଷl ଶର୍ମିଷ୍ଠା ଦଳବେହେରାଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା l

ତେବେ ଏହି ମିଶ୍ରଣ ପର୍ବରେ ବିଜେଡ଼ିର ଶତାଧିକ କାର୍ଯ୍ୟକର୍ତା ବିଜେଡି ଦଳ ଛାଡ଼ି ବିଧିବଦ୍ଧ ଭାବେ ଆଜି ବିଜେପି ବିଧାୟକ ପ୍ରାର୍ଥୀ ବିଭୁତି ପ୍ରଧାନଙ୍କ ଉପସ୍ଥିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି l ତେବେ ଏହି ମିଶ୍ରଣ ପର୍ବରେ ତାଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ଦେଇ ଶ୍ରୀ ପ୍ରଧାନ ସ୍ୱାଗତ କରିଥିଲେ l

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦଳର ବରିଷ୍ଠ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ପରାମର୍ଶଦାତା ଦୁର୍ଗା ପ୍ରସାଦ ସାହୁ, କଙ୍କଡ଼ାହାଡ଼ ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ କାର୍ତ୍ତିକ ସାହୁ, ଲକ୍ଷ୍ମୀଧର ସାହୁ, ରାଜ୍ୟ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଦୀପକ କୁମାର ଗୋଛାୟତ, ପରଜଙ୍ଗ ବ୍ଲକ ଉପାଧକ୍ଷା ଯସସ୍ବୀନି ରାଉତ, ତିନି ମଣ୍ଡଳ ସଭାପତିଙ୍କ ସମେତ ବିଜେପି ସମର୍ଥିତ ନିର୍ବାଚିତ ଜନପ୍ରତିନିଧି, ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା, ଦଳର ଅନ୍ୟ ପଦାଧିକାରୀ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ l


ସେୟାର କରନ୍ତୁ