26ରେ ପୁରୀରେ ବିଜେଡିର ସମାବେଶ

ରାଜନୀତି ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର : ଆସନ୍ତା 26 ତାରିଖରେ ବିଜେଡି ତାର 25 ବର୍ଷ ପୂର୍ତ୍ତି ପାଳନ ଅବସରରେ ପୁରୀର ତାଳବଣିଆରେ ଏକ ବଡ଼ ସମାବେଶର ଆୟୋଜନ କରୁଛି । ରାଜ୍ୟର ବିଭିନ୍ନ ସ୍ଥାନରୁ 50 ହଜାରରୁ ଅଧିକ କର୍ମୀ ଏଥିରେ ଯୋଗ ଦେବାର ରହିଛି । ଦଳର ସଭାପତି ନବୀନ ପଟ୍ଟନାୟକ ଏହି ସମାବେଶକୁ ସମ୍ବୋଧିତ କରିବେ । ପୁରୀରେ ସମାବେଶ ପାଇଁ ବିଧିବଦ୍ଧ ନିଷ୍ପତ୍ତି ନିଆଗଲା ପରେ ତାହାକୁ ସଫଳ କରିବା ପାଇଁ ସଙ୍ଗେ ସଙ୍ଗେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

2024 ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିଜେଡିର ଏହି ସମାବେଶ ରହିଥିଲାବେଳେ ତାହାର ପରବର୍ତ୍ତୀ କାର୍ଯ୍ୟକ୍ରମଗୁଡ଼ିକ ଉପରେ ଆଲୋଚନା ହେବ । ରାଜ୍ୟସ୍ତରୀୟ ସମାବେଶରେ 2024 ପାଇଁ ବିଜେଡିର ଆଭିମୁଖ୍ୟ ଏକ ପ୍ରକାର ସ୍ପଷ୍ଟ ହେବ । ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତିକୁ ପୁଞ୍ଜି କରି ବିରୋଧୀଙ୍କୁ ମୁକାବିଲା କରିବା ପାଇଁ କର୍ମୀମାନଙ୍କୁ ବାର୍ତ୍ତା ଦିଆଯିବ ।


ସେୟାର କରନ୍ତୁ