ଅଳସ କାରଣରୁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ ବିପାଶା ବସୁ, ଏବେ ସେ କରିଛନ୍ତି ଏହି କଥାର ଅପେକ୍ଷା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ବିପାଶା ବସୁ ଦୀର୍ଘ ସମୟ ଧରି ବଡ ପରଦାରୁ ଦୂରେଇ ରହିଛନ୍ତି । ଯଦିଓ ଅଭିନେତ୍ରୀ 2020 ମସିହାରେ ସ୍ୱାମୀ କରଣ ସିଂହ ଗ୍ରୋଭରଙ୍କ ସହ ‘Dangerous’ରେ ନଜର ଆସିଥିଲେ, କିନ୍ତୁ ସେହି ସିରିଜ ମଧ୍ୟ ଅଧିକ ଚର୍ଚ୍ଚାରେ ନଥିଲା । ବିପାଶାଙ୍କ ପ୍ରଶଂସକମାନେ ଜାଣିବାକୁ ଚାହାଁନ୍ତି ଯେ ସେ ନିଜକୁ ବଡ ପରଦାରୁ ଏବଂ ଅଭିନୟରୁ କାହିଁକି ଦୂରେଇ ରଖିଛନ୍ତି, ଯେଉଁଥିରେ ଅଭିନେତ୍ରୀ କହିଛନ୍ତି ଯେ ସେ ଅଳସୁଆ ହୋଇଯାଇଛନ୍ତି ।

ହିନ୍ଦୁସ୍ତାନ ଟାଇମ୍ସ ସହ ବାର୍ତ୍ତାଳାପରେ ବିପାଶା କହିଛନ୍ତି, ‘ମୁଁ ଅଳସୁଆ ହୋଇ ଗତ କିଛି ବର୍ଷ ଧରି କାମ କରୁ ନଥିଲି । କିନ୍ତୁ ମୋର 2022 ରେ କାମକୁ ଫେରିବା ପାଇଁ ଏକ ଯୋଜନା ଅଛି, ମୁଁ କିଛି ମଜାଦାର କରିବି । ମୁଁ ଆଶା କରୁଛି ଶୀଘ୍ର ଏକ ଘୋଷଣା କରିବି । କୋଭିଡ କାରଣରୁ 2020 ବର୍ଷ ଅତ୍ୟନ୍ତ ନିରାଶାଜନକ ମନେହୁଏ, 2021 ଅଭିନେତ୍ରୀଙ୍କ ପାଇଁ ଭରସା ଥିଲା ।

ଏହି ବିଷୟରେ ଅଭିନେତ୍ରୀ କହିଛନ୍ତି, ‘ମୁଁ ଜାଣି ନଥିଲି ଦୁନିଆ କୁଆଡେ ଯାଉଛି, କାରଣ ଏହି ଭାଇରସ ସମସ୍ତଙ୍କୁ ଘରେ ରହିବାକୁ ବାଧ୍ୟ କରିଥିଲା । ସେହି ସମୟରେ ସବୁକିଛି ଏତେ ଅପ୍ରତ୍ୟାଶିତ ଥିଲା ଯେ ଆମ ମଧ୍ୟରୁ କେହି ଏହା ଅନୁଭବ କରିନଥିଲେ । ମୁଁ ବହୁତ ଭାବପ୍ରବଣତା ଦେଇ ଗତି କରୁଥିଲି ଏବଂ ତା’ପରେ ଦିନକୁ ଦିନ ଭଲ ଜୀବନଯାପନ ଆରମ୍ଭ କଲି, ମୋ ସ୍ୱାମୀ ଅଭିନେତା କରଣ ସିଂହ ଗ୍ରୋଭରଙ୍କ ସହିତ ସାଧାରଣ ଜିନିଷ ଏବଂ ପ୍ରତ୍ୟେକ ମିନିଣ୍ଟରେ ଏନଯଏ କଲି । 2021 ଆଶା ଆଣିଦେଲା, ଜିନିଷ ବଦଳିଗଲା ।

ବିପାଶା ବର୍ତ୍ତମାନ କାମକୁ ଫେରିବାକୁ ପ୍ରସ୍ତୁତ, କେବଳ ଏତିକି ନୁହେଁ ଅଭିନେତ୍ରୀଙ୍କ ମନୋଭାବ ମଧ୍ୟ ବହୁତ ବଦଳି ଯାଇଛି । ଏହି ବିଷୟରେ ଅଭିନେତ୍ରୀ କହିଛନ୍ତି, ‘ବର୍ତ୍ତମାନ ମୁଁ ବହୁତ କାମ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ମୁଁ ଇଭେଣ୍ଟରେ ଅଂଶଗ୍ରହଣ କରିବା ଆରମ୍ଭ କରିଛି, ନଚେତ୍ ମୁଁ କୌଣସି ପ୍ରକାରର ସୁଟିଂ କରୁ ନ ଥିଲି ।


ସେୟାର କରନ୍ତୁ