ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରି ସ୍କୁଲ ଭିତରକୁ ନେଲେ ଶିକ୍ଷକ ଶିକ୍ଷୟତ୍ରୀ

ରାଜ୍ୟ
ସେୟାର କରନ୍ତୁ

ରିପୋର୍ଟ – ପ୍ରଶାନ୍ତ କୁମାର ସାହୁ
ବଂରପାଳ : ଆଜି ସୋମବାର ଅନୁଗୁଳ ଜିଲ୍ଲା ବଂରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଠାରେ ଥିବା ଅଲକେମି ଇଂଲିଶ ମିଡିୟମ ସ୍କୁଲ ଖୋଲି ଅଛି । କରୋନା ଭାଇରସ କାରଣରୁ ବିଗତ ଦୁଇ ବର୍ଷ ହେବ ଏହି ସ୍କୁଲ ବନ୍ଦ ରହିଥିଲା । ଆଗରୁ ପିଲାମାନେ ନିଜନିଜ ଘରେ ଅନଲାଇନ ମଧ୍ୟମରେ ଶିକ୍ଷା ଗ୍ରହଣ କରୁଥିଲେ ଏବଂ ବର୍ତ୍ତମାନ ସରକାରଙ୍କ ନିର୍ଦେଶ କ୍ରମେ ଏବେ ବିଦ୍ୟାଳୟ ଖୋଲାଯାଇଛି ।

ଆଜି ପ୍ରଥମ ଦିନରେ ବିଦ୍ୟାଳୟରେ ଥିବା ପାଞ୍ଚଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ଏକଶହରୁ ଅଧିକ ପିଲା ବିଦ୍ୟାଳୟ ଆସିଥିଲେ । ବିଦ୍ୟାଳୟ ତରଫରୁ ପିଲା ମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ବହୁ ଦିନ ପରେ ପିଲାମାନେ ସ୍କୁଲ ଯାଉଥିବାରୁ ସେମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଥିଲା ।

ସୂଚନା ଥାଉ କି, ମୁଖ୍ୟ ଫାଟକ ପାଖରେ ଠାକୁରଙ୍କ ଫଟୋ ରଖି ବିଦ୍ୟାଳୟର ପ୍ରିନ୍ସପାଲ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ପୁଜାର୍ଚନା କରିବା ସହ ଦ୍ଵୀପ ପ୍ରଜ୍ୟୁଳନ କରିଥିଲେ । ଏତଦ ବ୍ୟତୀତ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମନେ ମଧ୍ୟ ପୂଜାଅର୍ଚନାରେ ଯୋଗଦାନ ଦେବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରି ଥିଲେ । ପିଲାମାନଙ୍କୁ କୋଭିଡ ଗାଇଡ ଲାଇନ ମୁତାବକ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରାଇ ସ୍କୁଲ ଭିତରକୁ ନିଆଯାଇଥିଲା ।

ତେବେ ଏଥିରେ ଅନେକ ପିଲା ମାକ୍ସ ବ୍ୟବହାର କରିଥିବା ଦେଖିବାକୁ ମିଳିଥିଲା । ଏହା ପରେ ଛାତ୍ରଛାତ୍ରୀମାନଙ୍କର ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ତେବେ ଶେଷରେ ପିଲାମାନେ ନିଜ ନିଜର ଶ୍ରେଣୀ ଗୃହ ଭିତରକୁ ଯାଇଥିଲେ ।


ସେୟାର କରନ୍ତୁ