ଗୋବିନ୍ଦାଙ୍କ ଲେଟେଷ୍ଟ ଗୀତ ‘ହେଲୋ’ ହେଲା ରିଲିଜ୍, ତୋ ପ୍ରଶଂସକ କହିଲେ – ସାର୍ ଏହା 2022, 1990 ନୁହେଁ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଗୋବିନ୍ଦା ଆଜିକାଲି ଚଳଚ୍ଚିତ୍ରରେ ଦେଖାଯାଉନାହାଁନ୍ତି । କିନ୍ତୁ ସେ ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଆରମ୍ଭ କରିଛନ୍ତି ଏବଂ ଏଥିରେ ତାଙ୍କର ଗୀତ ଏବଂ ନୃତ୍ୟ ଦକ୍ଷତା ପ୍ରଦର୍ଶନ କରୁଛନ୍ତି । କିନ୍ତୁ ଏଥିରୁ ଜଣାପଡୁଛି ଯେ ସେ ମଧ୍ୟ ଏଠାରେ ପ୍ରଶଂସକଙ୍କ ହୃଦୟ ଜିତିବାରେ ସେତେଟା ସଫଳ ହୋଇନାହାଁନ୍ତି । ଏହାର କାରଣ ମଧ୍ୟ ପ୍ରଶଂସକଙ୍କ ନବସକୁ ବୁଝି ନପାରିଲେ ମଧ୍ୟ କୁହାଯାଇପାରେ । ତେବେ ତାଙ୍କର ଲେଟେଷ୍ଟ ଗୀତ ‘ହେଲୋ’କୁ ନେଇ ପ୍ରଶଂସକମାନଙ୍କ ବହୁତ ନାରାଜ ଭରା ପ୍ରତିକ୍ରିୟା ଆସୁଅଛି । ଏହି ଗୀତଟି ଗୋବିନ୍ଦା ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ ଗୋବିନ୍ଦା ରୟାଲ୍ସରେ 11 ଜାନୁୟାରୀରେ ମୁକ୍ତିଲାଭ କରାଇଛନ୍ତି ।

ଗୋବିନ୍ଦଙ୍କ ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶକ ମଧ୍ୟ ନିଜେ ଅଭିନେତା ଅଟନ୍ତି । ସେ ନିଜେ ଗୀତ ଗାଇଛନ୍ତି ଏବଂ ସେ ଏହି ଗୀତ ମଧ୍ୟ ଲେଖିଛନ୍ତି । ଗୋବିନ୍ଦାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଏହା ହେଉଛି ତାଙ୍କର ତୃତୀୟ ଗୀତ । ଏହି ଗୀତକୁ 22 ହଜାରରୁ ଅଧିକ ଥର ଦେଖାଯାଇଛି । ଗୋବିନ୍ଦା ଏହି ଗୀତର ପ୍ରମୋକୁ ନିଜ ଇନଷ୍ଟାଗ୍ରାମରେ ରିଲିଜ କରିଥିଲେ, ସେତେବେଳେ ପ୍ରଶଂସକଙ୍କ ତରଫରୁ ଅନେକ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଅଛି ।

ଗୋବିନ୍ଦାଙ୍କ ହେଲୋ ଗୀତରେ ଜଣେ ପ୍ରଶଂସକ ଲେଖିଛନ୍ତି, ଗୋବିନ୍ଦା ସାର୍ 1990 ଦଶକରୁ ବାହାରକୁ ଆସନ୍ତୁ । ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ‘ ଦୁନିଆ 2022 ରେ ପହଞ୍ଚିଥିବାବେଳେ ଗୋବିନ୍ଦା 1990 ଦଶକରେ ଅଛନ୍ତି …’ ଯଦିଓ ଅନେକ ପ୍ରଶଂସକ ଗୋବିନ୍ଦାଙ୍କୁ ଏକ ୱେବ୍ ସିରିଜ୍ କରିବାକୁ ଅନୁରୋଧ କରୁଛନ୍ତି, ତଥାପି ଅନେକ ପ୍ରଶଂସକ ଏହି ଗୀତରେ ତାଙ୍କ ଡ୍ୟାନ୍ସକୁ ପସନ୍ଦ କରୁଛନ୍ତି । କିନ୍ତୁ ଏହା ନିଶ୍ଚିତ ଯେ ତାଙ୍କ ପ୍ରଶଂସକମାନେ ଆଜିର ଯୁଗର କିଛି ମସଲା ଚାହାଁନ୍ତି, କିନ୍ତୁ ଗୋବିନ୍ଦାଙ୍କ ଷ୍ଟାଇଲରେ ।


ସେୟାର କରନ୍ତୁ