ପ୍ରିୟଙ୍କା ଚୋପ୍ରାଙ୍କ ହଲିଉଡ ମୁବି ‘We Can Be Heroes’ ଟିଜର ଜାରି, ଏଥିରେ ଅଭିନେତ୍ରୀଙ୍କୁ ଭିନ୍ନ ଏକ ରୂପରେ ଦେଖିବାକୁ ମିଳିବ

ସିନେମା
ସେୟାର କରନ୍ତୁ

ହଲିଉଡ଼: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଖୁବ ଶୀଘ୍ର ‘ୱଇ କ୍ୟାନ ବି ହିରୋଜ୍’ ଶୀର୍ଷକ ଏକ ହଲିଉଡ ଫିଲ୍ମରେ ଦର୍ଶକେ ଦେଖିବାକୁ ପାଇବେ । ନିକଟରେ ସେ ଏହି ଫିଲ୍ମର ଟିଜର ସେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ଏକ ଭିନ୍ନ ଲୁକରେ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି ।

ପ୍ରିୟଙ୍କା ଚୋପ୍ରା ହୁଏତ ଏହି ଟିଜରରେ କିଛି ସମୟ ପାଇଁ ଦେଖା ଦେଇଥାଇ ପାରନ୍ତି, କିନ୍ତୁ ତାଙ୍କର ଭିନ୍ନ ଚେହେରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଅଛି ​​। ସେ କ୍ୟାପସନରେ ଲେଖି ଭିଡିଓ ସେୟାର କରି କହିଛନ୍ତି- “ଏହି ଫିଲ୍ମର ସୁଟିଂ ସମୟରେ ମୁଁ ଭଲ ସମୟ ବିତାଇଥିଲି । ଏହି ସୁପରକିଡସ ନେମେସିସ୍ ବନିକରି ଭଲ ଲାଗିଲା । ଆପଣ କଣ ଭାବୁଛନ୍ତି କି କିଏ ଜିତିବ?”

ରୋବର୍ଟ ରୋଡ୍ରିଗେଜ୍ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି । ଏହା ନୂଆ ବର୍ଷରେ ନେଟଫ୍ଲିକ୍ସରେ ଷ୍ଟ୍ରିମ୍ ହେବ ।

ଏହି ଫିଲ୍ମ ବ୍ୟତୀତ ପ୍ରିୟଙ୍କା ଖୁବ୍ ଶୀଘ୍ର ମ୍ୟାଟ୍ରିକ୍ସ 4 ଏବଂ ଟେକ୍ସଟ୍ ଫର ୟୁ ଭଳି ସିନେମାରେ ନଜର ଆସିବେ । ଏହା ବ୍ୟତୀତ ସେ ରାଜକୁମାର ରାଓଙ୍କ ସହିତ ହ୍ୱାଇଟ ଟାଇଗରର ମଧ୍ୟ ଅଂଶ ଅଟନ୍ତି ।


ସେୟାର କରନ୍ତୁ