ଫିଫା ବିଶ୍ବକପ ଫାଇନାଲ୍‌ ପୂର୍ବରୁ ପୁରୀ ବେଳାଭୂମିରେ 148ଟି ବଲ୍‌ରେ ବାଲୁକା କଳା

ରାଜ୍ୟ
ସେୟାର କରନ୍ତୁ

ପୁରୀ : ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କାତାରରେ ରବିବାର ଖେଳାଯିବାକୁ ଥିବା ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଫିଫା ବିଶ୍ବକପ ଫାଇନାଲ୍‌ ପୂର୍ବରୁ ପୁରୀ ବେଳାଭୂମିରେ 148ଟି ବଲ୍‌ରେ ବାଲୁକା କଳା କରି ଶୁଭେଚ୍ଛା ଜଣାଇଛନ୍ତି । ଏଥିରେ ବାଲୁକା କଳା ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ବି ସହଯୋଗ କରିଥିଲେ ।

ଶ୍ରୀ ପଟ୍ଟନାୟକ ସର୍ବଦା ‌ବାଲୁକା କଳା ଜରିଆରେ କିଛି ନିଆରା ବାର୍ତ୍ତା ଦେବାକୁ ଚେଷ୍ଟା କରିଆସିଛନ୍ତି । ଏଥର ସେ 7 ଫୁଟ ଉଚ୍ଚର ବାଲୁକା କଳାରେ 148ଟି ବିଭିନ୍ନ ରଙ୍ଗର ବଲ୍‌ ଓ ଏକ ଟ୍ରଫି ଦେଇ ବାଲୁକା କଳାକୁ ଏକ ଭିନ୍ନ ରୂପ ଦେଇଛନ୍ତି । ଏହି ବାଲୁକା କଳାରେ ଆର୍ଜେଣ୍ଟିନାର ମେସି ଓ ଫ୍ରାନ୍ସର ଏମବାପେଙ୍କ କଳାକୃତି କରି ସେ ଦୁଇ ଦଳକୁ ବି ‌ଶୁଭେଚ୍ଛା ଜଣାଇଛନ୍ତି । ବାଲୁକା କଳାରେ 5 ଟନ୍‌ ବାଲି ବ୍ୟବହାର କରାଯାଇଛି ।


ସେୟାର କରନ୍ତୁ