କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କେନ୍ଦ୍ର ସରକାରଙ୍କୁ କଲେ ଟାର୍ଗେଟ, ପଚାରିଲେ- ଭାରତ କେବେ କରିବ ‘ଚାଇନା ପେ ଚାର୍ଚା’ ?

ଦେଶବିଦେଶ
ସେୟାର କରନ୍ତୁ

Mallikarjun Kharge: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କେନ୍ଦ୍ରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାରଙ୍କୁ ସମାଲୋଚନା କରିବା ସହ ଭାରତରେ କେବେ ‘ଚାଇନା ପେ ଚାର୍ଚା’ ହେବ ବୋଲି ପଚାରିଛନ୍ତି । ଶୁକ୍ରବାର ଦିନ ଖଡ଼ଗେ କହିଛନ୍ତି ଯେ ଅରୁଣାଚଳ ପ୍ରଦେଶର ତାୱାଙ୍ଗରେ ଭାରତ-ଚୀନ୍ ମୁହାଁମୁହିଁ ବିଷୟରେ ତାଙ୍କୁ ରାଜ୍ୟସଭାରେ କହିବାକୁ ଅନୁମତି ଦିଆଯାଇ ନାହିଁ ।

ମଲ୍ଲିକାର୍ଜୁନ ଖଡ଼ଗେ ଶନିବାର ନିଜ ଟ୍ୱିଟରେ କହିଛନ୍ତି ଯେ ଚୀନ୍ ସୈନ୍ୟମାନେ ଡୋକଲାମ ଅଞ୍ଚଳରେ ଜାମ୍ଫେରୀ ରିଜ୍ ପର୍ଯ୍ୟନ୍ତ ଭିତିଭୂମି ନିର୍ମାଣ କରୁଛନ୍ତି, ଯାହା ରଣନୀତିକ ଅଟେ, ଏହା ସିଲିଗୁଡି କରିଡରର ଅତି ନିକଟବର୍ତ୍ତୀ । ସେ କହିଛନ୍ତି ଯେ ଏହି ପ୍ରସଙ୍ଗ ଆମର ଜାତୀୟ ସୁରକ୍ଷା ପାଇଁ ଅତ୍ୟନ୍ତ ଚିନ୍ତାର ବିଷୟ ।

ଚୀନ୍‌ର ନିର୍ମାଣ କାର୍ଯ୍ୟ ବିଷୟରେ ଖଡ଼ଗେଙ୍କ ବିବୃତ୍ତି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋର 100 ତମ ଦିନରେ ଦେଇଥିବା ବିବୃତ୍ତି ସହିତ ମେଳ ଖାଉଛି । ରାଜସ୍ଥାନରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ଶୁକ୍ରବାର କହିଛନ୍ତି ଯେ ଚୀନ୍ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି କିନ୍ତୁ କେନ୍ଦ୍ର ସରକାର ବିପଦକୁ ଅଣଦେଖା କରୁଛନ୍ତି ଏବଂ ତଥ୍ୟ ଲୁଚାଉଛନ୍ତି ।

ସେ କହିଛନ୍ତି, “ସାମ୍ପ୍ରତିକ ପରିସ୍ଥିତିରୁ ମୁଁ ଯାହା କହିପାରେ, ଚୀନ୍ ଅନୁପ୍ରବେଶ ପାଇଁ ନୁହେଁ ବରଂ ସମ୍ପୂର୍ଣ୍ଣ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି । ବିପଦ ସ୍ପଷ୍ଟ କିନ୍ତୁ ଆମ ସରକାର ବିପଦକୁ ଅଣଦେଖା କରୁଛନ୍ତି । କେନ୍ଦ୍ର ଆମଠାରୁ ତଥ୍ୟ ଲୁଚାଇବାକୁ ଚେଷ୍ଟା କରୁଛି କିନ୍ତୁ ଏହି ରାହୁଲ ଗାନ୍ଧୀ କହିଛନ୍ତି ଯେ ଏଭଳି ଜିନିଷ ଅଧିକ ସମୟ ପର୍ଯ୍ୟନ୍ତ ଲୁଚାଯାଇ ପାରିବ ନାହିଁ ।

କଂଗ୍ରେସ ସାଂସଦ କହିଛନ୍ତି, “ମୁଁ ଏହି ସରକାରଙ୍କୁ ଚୀନ୍ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଇଛି । ଚୀନ୍‌ର ପ୍ୟାଂଟର୍ନକୁ ଦେଖନ୍ତୁ… ସେମାନେ ଲଦାଖ ଏବଂ ଅରୁଣାଚଳ ଆଡକୁ ପ୍ରସ୍ତୁତ ହେଉଛନ୍ତି, କିନ୍ତୁ ଭାରତ ସରକାର ଶୋଇଛନ୍ତି । “


ସେୟାର କରନ୍ତୁ