Coronavirus : ଦେଶରେ ପୂର୍ବ 24 ଘଣ୍ଟାରେ ସାମ୍ନାକୁ ଆସିଲା 2 ଲକ୍ଷ 38 ହଜାର ନୂଆ ମାମଲା ଏବଂ 310 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ କରୋନାର ଗତି ଦ୍ରୁତ ବେଗରେ ବଢୁଥିବା ଦେଖିବାକୁ ମିଳୁଅଛି । ପୂର୍ବ 24 ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମଣର 2 ଲକ୍ଷ 38 ହଜାର 018 ଟି ନୂଆ କେସ ସାମ୍ନାକୁ ଆସିଅଛି ଏବଂ ଏହି ମହାମାରୀ କାରଣରୁ 310 ଜଣ ଲୋକ ପ୍ରାଣ ହରାଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ, ଦେଶରେ ଏପର୍ଯ୍ୟନ୍ତ କରୋନା ମାମଲା ବଢିକରି ମୋଟ 3 କୋଟି 76 ଲକ୍ଷ 18 ହଜାର 271କୁ ବୃଦ୍ଧି ପାଇଛି ।

ତେବେ ପୂର୍ବ 24 ଘଣ୍ଟା ମଧ୍ୟରେ 1 ଲକ୍ଷ 57 ହଜାର 421 କରୋନା ରୋଗୀ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି । ଏପର୍ଯ୍ୟନ୍ତ 3 କୋଟି 53 ଲକ୍ଷ 94 ହଜାର 882 ଲୋକ ଏହି ମହାମାରୀରୁ ଠିକ ହୋଇସାରିଛନ୍ତି । କରୋନା ରୋଗର ନୂଆ ମାମଲା ଆସିବା ପରେ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ 17 ଲକ୍ଷ 36 ହଜାର 628 କୁ ବୃଦ୍ଧି ପାଇଛି । ଏହି ମହାମାରୀ କାରଣରୁ ଏପର୍ଯ୍ୟନ୍ତ 4 ଲକ୍ଷ 86 ହଜାର 761 ଲୋକ ପ୍ରାଣ ହରାଇଛନ୍ତି । ଓମିକ୍ରନ୍ ର ମୋଟ ମାମଲା 8 ହଜାର 891 କୁ ବୃଦ୍ଧି ପାଇଛି ।

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 17 ଜାନୁୟାରୀ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 70 କୋଟି 54 ଲକ୍ଷ 11 ହଜାର 425 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 16 ଲକ୍ଷ 49 ହଜାର 143 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।

ଏଠାରେ ଟୀକାକରଣ ଅଭିଯାନ ଦେଶରେ ଦ୍ରୁତ ଗତିରେ ଚାଲିଛି । ଏପର୍ଯ୍ୟନ୍ତ 158 କୋଟିରୁ ଅଧିକ ଟୀକାକରଣ କରାଯାଇଛି ।


ସେୟାର କରନ୍ତୁ