RR vs CSK: ପଡ଼ିଆକୁ ଆସିବା ମାତ୍ରେ ଏମ୍ଏସ୍ ଧୋନି ରଚିଲେ ଇତିହାସ, ଏହି ସଫଳତା ହାସଲ କରିବାରେ ସେ ହେଲେ ପ୍ରଥମ ଖେଳାଳୀ

ଖେଳ ଦେଶବିଦେଶ
ସେୟାର କରନ୍ତୁ

Rajasthan vs Chennai: ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଏମଏସ ଧୋନି ଆବୁଧାବିର ଶେଖ ଜାଏଦ କ୍ରିକେଟ୍ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟସ୍ ପାଇଁ ପଡ଼ିଆକୁ ଆସିବା ମାତ୍ରେ ତାଙ୍କ ନାମ ଏକ ବହୁତ ବଡ଼ ରେକର୍ଡ ହୋଇଗଲା । ଥାଲା ନାମରେ ପ୍ରସିଦ୍ଧ ଧୋନି ବର୍ତ୍ତମାନ ଇଣ୍ଡିଆନ୍ ପ୍ରିମିୟର ଲିଗରେ 200 ଟି ମ୍ୟାଚ୍ ଅଧିନାୟକ କରି ପ୍ରଥମ ଖେଳାଳି ଭାବରେ ଇତିହାସ ରଚିଛନ୍ତି । ସେ ଗତକାଲି ରାଜସ୍ଥାନ ବିପକ୍ଷରେ ଏହି ସଫଳତା ହାସଲ କରିଛନ୍ତି । ଧୋନିଙ୍କ ପୂର୍ବରୁ କୌଣସି ଅଧିନାୟକ ଆଇପିଏଲରେ 200 ମ୍ୟାଚ୍‌ରେ ଦଳର ଅଧିନାୟକ ହୋଇପାରି ନାହାଁନ୍ତି ।

ଏମଏସ ଧୋନି ନିଜର ଆଇପିଏଲ କ୍ୟାରିୟରରେ ରାଜସ୍ଥାନ ବିପକ୍ଷରେ 200 ତମ ମ୍ୟାଚର ଅଧିନାୟକ ଥିଲେ । ତାଙ୍କ ଅଧିନାୟକତ୍ୱରେ ଦଳ ଏପର୍ଯ୍ୟନ୍ତ 119 ଟି ମ୍ୟାଚ୍ ଜିତିଛି । ଏଥି ସହିତ ମଧ୍ୟ 79 ଟି ମ୍ୟାଚ୍ ହାରିଅଛି । ଅଧିନାୟକ ଭାବରେ ଧୋନିଙ୍କ ବିଜୟ ପ୍ରତିଶତ ହେଉଛି 60.10 ଅଟେ । ବିଜୟ ପ୍ରତିଶତ ଦୃଷ୍ଟିରୁ ଧୋନି ଆଇପିଏଲର ସବୁଠାରୁ ସଫଳ ଅଧିନାୟକ ।

ଏହି ତାଲିକାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେ ଏପର୍ଯ୍ୟନ୍ତ ଆରସିବି ପାଇଁ 136 ଟି ମ୍ୟାଚ୍ ଅଧିନାୟକ କରିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କ ଦଳ 62 ଟି ମ୍ୟାଚ୍ ଜିତିଛି । ଏଥି ସହିତ 67 ଟି ମ୍ୟାଚ୍ ହାରିଛନ୍ତି । ଅଧିନାୟକ ଭାବରେ କୋହଲିଙ୍କ ବିଜୟ ପ୍ରତିଶତ 48.10 ଅଟେ ।

ଏହି ତାଲିକାରେ ଗୌତମ ଗମ୍ଭୀର ତୃତୀୟ ସ୍ଥାନରେ ଅଛନ୍ତି । ଗମ୍ଭୀର ଆଇପିଏଲରେ 129 ଟି ମ୍ୟାଚରେ ଅଧିନାୟକତ୍ୱ କରିଛନ୍ତି । ଏଥି ସହିତ ନିଜର ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପାଞ୍ଚ ଥର ଟାଇଟଲ ଜିତିଥିବା ରୋହିତ ଶର୍ମା ଏହି ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି । ସେ ଏପର୍ଯ୍ୟନ୍ତ 127 ଟି ମ୍ୟାଚରେ ଅଧିନାୟକତ୍ୱ କରିଛନ୍ତି ।


ସେୟାର କରନ୍ତୁ