ସିରିଜ୍ କ୍ଲିନ୍ ସ୍ୱିପ୍ କରି ଇତିହାସ ରଚିବା ଲକ୍ଷ୍ୟରେ ରୋହିତ ଶର୍ମା

ଖେଳ
ସେୟାର କରନ୍ତୁ

IND vs ENG : ଗତକାଲି ଇଂଲଣ୍ଡ ବିପକ୍ଷ ଟି-20 ସିରିଜର ଦ୍ୱିତୀୟ ମ୍ୟାଚ୍ ଜିତିଛି ଟିମ୍ ଇଣ୍ଡିଆ । ଏହି ବିଜୟ ସହ 3 ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ଆଗୁଆ କବଜା କରିଛି ରୋହିତ ବାହିନୀ । ସିରିଜର ତୃତୀୟ ମ୍ୟାଚ୍ ଆଜି ଖେଳାଯାଉଛି ।

ପ୍ରଥମେ ମ୍ୟାଚ୍ 50 ରନ୍ ଓ ଦ୍ୱିତୀୟ ମ୍ୟାଚ୍ 49 ରନରେ ଜିତି ଟିମ୍ ଇଣ୍ଡିଆ ସିରିଜ୍ କବ୍ଜା କରିବା ପରେ କ୍ୟାପ୍ଟେନ୍ ଭାବରେ ରୋହିତ ଶର୍ମା ଏବେ ରେକର୍ଡ କରିବାକୁ ଯାଉଛନ୍ତି । ଯଦି ସେ ଆଜିର ମ୍ୟାଚ୍ ଜିତିଯାଆନ୍ତି ତେବେ ସେ ଭାରତୀୟ କ୍ୟାପ୍ଟେନ୍ ଭାବେ ଇତିହାସ ରଚିବେ ।

କାରଣ ଗତକାଲିର ବିଜୟକୁ ମିଶାଇଲେ ରୋହିତ ଶର୍ମା କ୍ୟାପ୍ଟେନ୍ ଭାବରେ ଲଗାତର 19ଟି ମ୍ୟାଚ୍ ଜିତିସାରିଲେଣି । ଯଦି ଇଂଲଣ୍ଡ ବିପକ୍ଷ ଟି-20 ସିରିଜ୍ର ଆଜିର ମ୍ୟାଚ୍ ଜିତି ସିରିଜ୍ କ୍ଲିନ ସ୍ୱିପ୍ କଲେ ତେବେ ରୋହିତ୍ ଅଷ୍ଟ୍ରେଲିଆର ପୂର୍ବତନ ସଫଳ କ୍ୟାପ୍ଟେନ୍ ରିକି ପଣ୍ଟିଂ ସମକକ୍ଷ ହେବେ। କାରଣ ରିକି ପଣ୍ଟିଂ କ୍ୟାପ୍ଟେନ୍ସିପ୍ କରି 2003ରେ ଲଗାତର 20ଟି ମ୍ୟାଚ୍ ଜିତି ରେକର୍ଡ କରିଥିଲେ ।

ବର୍ତ୍ତମାନ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ର ପୁରୁଷ ବର୍ଗରେ ରିକି ପଣ୍ଟିଂ କ୍ୟାପ୍ଟେନ୍ ଭାବରେ ଲାଗତର ସର୍ବାଧିକ 20 ମ୍ୟାଚ୍ ଜିତିବାର ରେକର୍ଡ କରିଛନ୍ତି । ଯଦି ରୋହିତ ଆଜରି ମ୍ୟାଚ୍ ଜିତିଯିବେ ତେବେ ସେ ମଧ୍ୟ ଲଗାତର 20 ମ୍ୟାଚ୍ ଜିତିବାର ରେକର୍ଡ କରିବେ ।


ସେୟାର କରନ୍ତୁ