‘ରାମ ସେତୁ’ ପାଇଁ ଅକ୍ଷୟ କୁମାରଙ୍କ ଫିସ ଜାଣି ଉଡିଯିବ ହୋସ, ବାକି ଷ୍ଟାର କାଷ୍ଟ କଲେ ଏତେ ଚାର୍ଜ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ ଖିଲାଡୀ ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ରାମ ସେତୁ’ର ଟ୍ରେଲର ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାରଙ୍କ ସହ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ ନୁସରତ ଭରୁଚା ମୁଖ୍ୟ ଭୂମିକାରେ ନଜର ଆସିବେ । ଏଥି ସହିତ ଟ୍ରେଲର ରିଲିଜ ହେବା ପରଠାରୁ ଫିଲ୍ମ ବିଷୟରେ ଅନେକ ଆଲୋଚନା ହେଉଛି । ତେବେ ସୋସିଆଲ ମିଡିଆରେ ଟ୍ରେଲରକୁ ମିଶ୍ରିତ ପ୍ରତିକ୍ରିୟା ମିଳିଛି । ଏଥି ସହିତ, ଲୋକମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ରାମ ସେତୁ’ର ଷ୍ଟାର କାଷ୍ଟ ଏହି ଫିଲ୍ମ ପାଇଁ କେତେ କେତେ କେତେ ପାଉଣା ନେଇଛନ୍ତି । ତେବେ ଆସନ୍ତୁ ଜାଣିବା ଅକ୍ଷୟ କୁମାରଙ୍କ ଠାରୁ ଆରମ୍ଭ କରି ଜ୍ୟାକଲିନଙ୍କ ପର୍ଯ୍ୟନ୍ତ ରାମ ସେତୁ’ ପାଇଁ କେତେ ଚାର୍ଜ କରିଛନ୍ତି ।

ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଅକ୍ଷୟ କୁମାର । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅକ୍ଷୟ କୁମାରଙ୍କୁ 50 କୋଟି ଟଙ୍କା ମିଳିଥିବା ବେଳେ ଜ୍ୟାକଲିନ 4 କୋଟି ଟଙ୍କା ନେଇଛନ୍ତି। ଯଦି ଆମେ ନୁସରତ ଭାରୁଚାଙ୍କ ବିଷୟରେ କହିବା, ରିପୋର୍ଟ ମୁତାବକ, ବଲିଉଡର ସୁନ୍ଦର ଅଭିନେତ୍ରୀ ନୁସରତ ଏହି ଫିଲ୍ମ ପାଇଁ 3 କୋଟି ଟଙ୍କା ନେଇଛନ୍ତି । ଚଳଚ୍ଚିତ୍ର କଳାକାରମାନେ ଏକ ଦୃଢ ଭୂମିକାରେ ନଜର ଆସିଛନ୍ତି। ସତ୍ୟଦେବ କଞ୍ଚରାନାଙ୍କୁ 1 କୋଟି ଟଙ୍କା, ଜେନିଫର ପିକିନାଟୋ 75 ଲକ୍ଷ ଏବଂ ନାସର 45 ଲକ୍ଷ ଟଙ୍କା ପାଇଛନ୍ତି ।


ସେୟାର କରନ୍ତୁ