ହାତୀ ଆକ୍ରମଣରେ ଜଣେ ମୃତ

ରାଜ୍ୟ
ସେୟାର କରନ୍ତୁ

ହିନ୍ଦୋଳ : ହାତୀ ଆକ୍ରମଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ହିନ୍ଦୋଳ ଉପଖଣ୍ଡ ରୁଙ୍ଗଟା ମାଇନ୍ସଠାରୁ ମାତ୍ର ଅଳ୍ପ ଦୂରରେ ଘଟିଛି । ମୃତକଙ୍କ ନାମ ଦଣ୍ଡଧର ସାହୁ (45) ଓ ତାଙ୍କ ଘର ହିନ୍ଦୋଳ ବ୍ଲକ୍ ଝାଡ଼ବନ୍ଧ ଗ୍ରାମରେ ବୋଲି ଜଣାଯାଇଛି । ସେ ପୂର୍ବରୁ ଦୁଦୁରକୋଟ ଗ୍ରାମରେ ରହୁଥିଲେ ।

ସୂଚନା ଅନୁଯାୟୀ, ଗତକାଲି ସଂଧ୍ୟାରେ ଦଣ୍ଡଧର ପ୍ରତିଦିନ ଭଳି ରୁଙ୍ଗଟା ମାଇନ୍‌ସରୁ କାମ ସାରି ବାଇକ୍‌ ଯୋଗେ ଘରକୁ ଫେରୁଥିବା ବେଳେ ମାଇନ୍ସଠାରୁ ମାତ୍ର 50 ମିଟର ଦୂରରେ ଏକ ଦନ୍ତା ହାତୀର ସମ୍ମୁଖୀନ ହୋଇଥିଲେ । ଦନ୍ତାହାତୀଟି ତାଙ୍କୁ ଶୁଣ୍ଢରେ କଚାଡ଼ି ଦାନ୍ତରେ ଭୁସି ଦେଇଥିଲା । ଘଟଣାସ୍ଥଳରେ ଦଣ୍ଡଧରଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ବାଲିମି ପୁଲିସ, ଫ‌ରେଷ୍ଟର, ରେଞ୍ଜର ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ବାଲିମି ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ଡାକ୍ତରଖାନାକୁ ପଠାଇଛନ୍ତି ।


ସେୟାର କରନ୍ତୁ