ଧାମନଗର ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଅବନ୍ତୀ ଦାସ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଭଦ୍ରକ ଧାମନଗର ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ଘୋଷଣା କରିଛି । ଅବନ୍ତୀ ଏବେ ତିହିଡ଼ି ବ୍ଲକ୍‌ର ଚେୟାରମ୍ୟାନ୍‌ ଅଛନ୍ତି । ତେବେ ଶେଷରେ ଅବନ୍ତୀ ଦାସଙ୍କ ନାଁରେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ମୋହର ମାରିଥିବା ସୂଚନା ମିଳିଛି । ଏହି ଉପନିର୍ବାଚନରେ ବିଜେପିର ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଏବଂ କଂଗ୍ରେସର ନେତା ବାବା ହରେକୃଷ୍ଣ ସେଠୀଙ୍କୁ ଅବନ୍ତୀ ଦାସ ଦେବେ ଟକ୍କର ।

ସୂଚନା ଥାଉକି, କିଛି ଦିନ ତଳେ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଧାମନଗରରେ ଉପନିର୍ବାଚନ ହେବାକୁ ଯାଉଛି । ତାପରଠୁ ଉପନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଆସନ୍ତା ନଭେମ୍ବର 3 ତାରିଖରେ ଧାମନଗର ଉପନିର୍ବାଚନ ପାଇଁ ମତଦାନ ହେବ । ବିଜେପି ପକ୍ଷରୁ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜଙ୍କ ନାମ ଘୋଷଣା କରାଯାଇଥିଲା । କଂଗ୍ରେସ ପକ୍ଷରୁ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରାଯାଇଛି ।


ସେୟାର କରନ୍ତୁ