ଖସିଲା ସୁନା ଓ ରୂପା ଦର

ଦେଶବିଦେଶ
ସେୟାର କରନ୍ତୁ

ଭୁବନେଶ୍ୱର: ୟୁରୋପ ଓ ମଧ୍ୟପ୍ରାଚ୍ୟରେ ତିକ୍ତତା କାରଣରୁ ସୁନା, ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହା ଗ୍ରାହକଙ୍କୁ କିଛିଟା ଆଶ୍ୱସ୍ତି ଦେଇଛି । ଆଜି ସୁନା ଓ ରୂପା ଦର ହ୍ରାସ ହେବାର ଦେଖିବାକୁ ମିଳିଛି । ଭୁବନେଶ୍ୱରରେ 10 ଗ୍ରାମ ପିଛା ସୁନା ଦର ଗତକାଲି ଅପେକ୍ଷା ପାଖାପାଖି 1500ରୁ 1600 ଟଙ୍କା କମି ଥିବା ବେଳେ ରୂପା କିଲୋଗ୍ରାମ ପ୍ରତି 2500 ଟଙ୍କା କମିଛି ।

ଭୁବନେଶ୍ୱରର କେତେକ ସୋ ରୁମରେ 22 କ୍ୟାରେଟ୍ ସୁନାର ଦର10 ଗ୍ରାମ ପିଛା 1500 ଟଙ୍କା ତଲକୁ ଖସିଛି । ମଙ୍ଗଳବାର 24 କ୍ୟାରେଟ୍ ସୁନା 10 ଗ୍ରାମ ପିଛା 73 ହଜାର 690 ଟଙ୍କା ଥିବା ବେଳେ ଆଜି ଏହା 72 ହଜାର 160 ହୋଇଛି । ସେହିପରି 22 କ୍ୟାରେଟ୍ ସୁନା 10 ଗ୍ରାମ ପିଛା 1400 ଟଙ୍କା କମିଛି । ରୁପା ଦର କଲୋଗ୍ରାମ ପିଛା 2500 ଟଙ୍କା ତଳକୁ ଖସି 86 ହଜାର 500 ଟଙ୍କା ରହିଛି ।


ସେୟାର କରନ୍ତୁ