ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବଢିକରି 2552,ଏପର୍ଯ୍ୟନ୍ତ 53 ଜଣଙ୍କ ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢିକରି 2552 ହୋଇଯାଇଛି, ଯାହାଙ୍କ ମଧ୍ୟରୁ 169 ଲୋକ ଠିକ ହୋଇଛନ୍ତି ଏବଂ 53 ଲୋକଙ୍କର ମୃତ୍ୟୁ ଘଟିଅଛି । ପୂର୍ବ 24 ଘଣ୍ଟା ମଧ୍ୟରେ 328 ନୂଆ କେସ ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ 339, କେରଳ 286, ୟୁପି 121, କର୍ଣ୍ଣାଟକରେ 121, ରାଜସ୍ଥାନରେ 133, ଦିଲ୍ଲୀରେ 219, ତାମିଲନାଡୁରେ 309, ତେଲେଙ୍ଗାନା127,ଜମ୍ମୁ-କାଶ୍ମୀର,ଆନ୍ଧ୍ରପ୍ରଦେଶରେ 135,ମଧ୍ୟପ୍ରଦେଶରେ 158 ମାମଲା ସାମ୍ନାକୁ ଆସିଅଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗୁରବାରରେ ଜାନକାରୀ ଦେଇଅଛି କି ତବଲ୍ଲୀଗୀ ଜାମାତ ସହ ଯୋଡ଼ା ମାମଲାର ପଡ଼ତାଲ ପାଇଁ ବ୍ୟାପକ ରୂପରେ ଅଭିଯାନ ଚାଲିଅଛି । ଏଥି ପାଇଁ 9000 ଏମିତି ଲୋକଙ୍କୁ ଟ୍ରାକ କରାଯାଇଛି ଯାହାର ସମନ୍ଧ ତବଲ୍ଲୀଗୀ ଜାମାତ ସାଥିରେ ରହିଛି । ଏଥିରେ 1306 ବିଦେଶୀ ନାଗରିକ ଅଟନ୍ତି । ଦିଲ୍ଲୀରେ 2500 ତବଲ୍ଲୀଗୀ ଜାମାତ ଲୋକଙ୍କୁ ବାହାର କରାଯାଇଥିଲା ଯେଉଁଥିରେ 250 ବିଦେଶୀ ନାଗରିକ ସାମିଲ ଥିଲେ । ଏଥି ମଧ୍ୟରୁ 1804ଙ୍କୁ କ୍ଵାରିଣ୍ଟିଂନ କରାଯାଇଅଛି । କରୋନା ଲକ୍ଷଣର 334 ଲୋକଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଅଛି । ବିତି ଯାଇଥିବା 24 ଘଣ୍ଟା ମଧ୍ୟରେ ମୃତ୍ୟୁର 12 ନୂଆ ମାମଲା ସାମ୍ନାକୁ ଆସିଅଛି । ନୂଆ ଟେଷ୍ଟିଙ୍ଗ ପ୍ରଟୋକଲ ଉପରେ ଚର୍ଚା ଚାଲୁରହିଛି ।

ସ୍ୱାସ୍ଥ୍ୟ ବିଭାଗର ସଂଯୁକ୍ତ ସଚିବ ଲବ ଅଗ୍ରୱାଲ କହିଲେକି କରୋନା ବିରୋଧରେ ଲଢ଼ି ଏବେ ଚାଲୁରହିଅଛି । ସମସ୍ତଙ୍କର ଏଥିରେ ସହଯୋଗର ଜରୁରତ ଅଛି । ସବୁ ଧର୍ମର ଲୋକ ସାମାଜିକ ଦୂରତା ପାଳନ କରନ୍ତୁ । ଲକଡାଉନକୁ ରାଜ୍ୟ ସରକାର ଶକ୍ତରେ ପାଳନ କରନ୍ତୁ । ଏହା ସାଥିରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆରୋଗ୍ୟ ସେତୁ ଏପ୍ ଲଞ୍ଚ କରିଛନ୍ତି । ଏଥି ପାଇଁ ଲୋକେ କରୋନା ଭାଇରସ ମାମଲାକୁ ଭଲ ଭାବରେ ଟ୍ରେକିଙ୍ଗ କରିପାରିବେ । ତେବେ ସାରା ଦୁନିଆରେ କରୋନା ସଂକ୍ରାମିତଙ୍କ ସଂଖ୍ୟା 9 ଲକ୍ଷ ପାର ହୋଇଯାଇଛି ଏବଂ 49156 ଲୋକଙ୍କର ମୃତ୍ୟୁ ହୋଇଅଛି ।

ବିଶ୍ୱ ସାରା ଜାରି କରାଯାଇଥିବା ଦେଶମାନଙ୍କ ଦ୍ୱାରା ଅଧିକାରିକ ସଂଖ୍ୟା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସଂଖ୍ୟା ଆଧାର ଉପରେ ଏଏଫପି ଦ୍ୱାରା କରାଯାଇଥିବା ଗଣନା ଅନୁଯାୟୀ ସାରା ଦୁନିଆର 188 ଦେଶରେ କରୋନା ଭାଇରସ ସଂକ୍ରମଣ (COVID-19)ରେ କମରୁ କମ 10,00,036 ମାମଲା ଦର୍ଜ କରାଯାଇଅଛି ଏବଂ ଏପର୍ଯ୍ୟନ୍ତ 51,718 ଲୋକଙ୍କର ମୃତ୍ୟୁ ହୋଇସାରିଛି ।


ସେୟାର କରନ୍ତୁ