ଛାତିରେ ଯନ୍ତ୍ରଣା ହେବାରୁ ଆନ୍ନା ହଜାରେ ଡାକ୍ତରଖାନାରେ ଭର୍ତ୍ତି

ଦେଶବିଦେଶ
ସେୟାର କରନ୍ତୁ

ପୁଣେ : ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ସାମାଜିକ କର୍ମୀ ଆନ୍ନା ହାଜାରେଙ୍କୁ ପୁଣେର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କୁ ଡାକ୍ତରଙ୍କ ତତ୍ୱାବଧାନରେ ରଖାଯାଇଛି । ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି । ରୁବୀ ହସ୍ପିଟାଲର ମେଡିକାଲ ଅଧୀକ୍ଷକ ଡାକ୍ତର ଅବଧୁତ ବୋଦାମଓ୍ବାଦ କହିବା ଅନୁଯାୟୀ, ଛାତିରେ ଯନ୍ତ୍ରଣା ହେବା ପରେ ଆନ୍ନା ହାଜାରେଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ନଜରରେ ରଖାଯାଇଛି ।

ମହାରାଷ୍ଟ୍ରରେ ରହୁଥିବା 84 ବର୍ଷିୟ ଆନ୍ନା ହଜାରେ ଦେଶର ଅନେକ ବଡ ଆନ୍ଦୋଳନର ନେତୃତ୍ବ ନେଇସାରିଛନ୍ତି । ସେ ସୂଚନା ଅଧିକାର ପାଇଁ ମଧ୍ୟ କାମ କରିଛନ୍ତି । ଜନ ଲୋକପାଳ ବିଲ ଆଣିବା ପାଇଁ 2011 ମସିହାରେ ତାଙ୍କର ଆମରଣ ଅନଶନ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା । ଦେଶର କୋଟି କୋଟି ଲୋକ ତାଙ୍କୁ ସମର୍ଥନ କରିଥିଲେ । ଭାରତ ସରକାର ଆନ୍ନା ହଜାରେଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଛନ୍ତି । ଏହା ବ୍ୟତୀତ ସେ ନିଜ କାର୍ଯ୍ୟ ପାଇଁ ଅନେକ ପୁରସ୍କାର ପାଇଛନ୍ତି ।


ସେୟାର କରନ୍ତୁ