ଓଡ଼ିଶାର ପଞ୍ଚମ କରୋନା ଆକ୍ରାନ୍ତଙ୍କ ନାମ ଓ ଠିକଣା ସ୍ପଷ୍ଟ ହେଲା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତଙ୍କ ନାମ ଓ ଠିକଣାକୁ ସାର୍ବସମୁଖରେ ରଖିଛନ୍ତି ରାଜ୍ୟସରକାର । କାରଣ ତାଙ୍କର ସେମିତି ଟ୍ରାଭେଲ ହିଷ୍ଟ୍ରୀ ନାହିଁ । ଏହା ବର୍ତମାନ ରାଜ୍ୟସରକାଙ୍କ ପାଇଁ ଚିନ୍ତାର କାରଣ । ବୃହତ୍ତର ଜନସ୍ବାର୍ଥ କାରଣକୁ ଆଖିଆଗରେ ରଖି ରାଜ୍ୟ ସରକାର ପଞ୍ଚମ କରୋନା ପଜିଟିଭ୍‌ ରୋଗୀଙ୍କ ପରିଚୟ ପ୍ରକାଶ କରିଛନ୍ତି । ତେବେ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ଏ ସମ୍ପର୍କରେ ସ୍ପଷ୍ଟ ସୂଚନା ପ୍ରଦାନ କରିଛନ୍ତି, ଆକ୍ରାନ୍ତ ବ୍ୟକ୍ତିଙ୍କ ନାମ ପ୍ରଦୀପ୍ତ ଦଳବେହେରା । ତାଙ୍କର ବୟସ 60 । ସେ ରାଜଧାନୀର ସୂର୍ଯ୍ୟନଗରସ୍ଥିତ (ୟୁନିଟ-7) ର 37 ନମ୍ବର ପ୍ଲଟର 46 ନମ୍ବର ୱାର୍ଡରେ ନିଜ ପରିବାର ସହ ରୁହନ୍ତି ।

ତେବେ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି ସେ ବିଦେଶ ଯାଇ ନାହାନ୍ତି କି ଅନ୍ୟ କୌଣସି ବାହାର ରାଜ୍ୟକୁ ମଧ୍ୟ ଯାଇ ନାହାଁନ୍ତି । ତେଣୁ ସେ ନିକଟସ୍ଥ ବଜାରକୁ ଯାଇ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି । ତେଣୁ ମାର୍ଚ୍ଚ ପରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସମସ୍ତେ ହୋମ କ୍ୱାରେଣ୍ଟାଇନରେ ରହିବା ପାଇଁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ।

ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ଯେ, 5ମ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ 14 ଦିନ ପାଇଁ କ୍ୱାରେଣ୍ଟାଇନରେ ରହି 104 ହେଲ୍ପଲାଇନକୁ ଯୋଗାଯୋଗ କରନ୍ତୁ । ଡାକ୍ତରୀ ଟିମ ସଂପୃକ୍ତ ବ୍ୟକ୍ତିଙ୍କ ନିକଟକୁ ପହଞ୍ଚି ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା କରିବେ ।

ବର୍ତ୍ତମାନ 5ମ କରୋନା ଆକ୍ରାନ୍ତ ବ୍ୟକ୍ତି ରହୁଥିବା ଅଞ୍ଚଳରେ ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ଉପରେ ସମ୍ପୂର୍ଣ୍ଣ ଭାବରେ କଟକଣା ଲାଗୁ କରାଯାଇଛି । ଗଙ୍ଗନଗର ଠାରୁ ଶିରିପୁର ରାସ୍ତାକୁ ସିଲ କରି ଦିଆଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏହି ଅଞ୍ଚଳରେ ବ୍ୟାରିକେଡ ଲଗାଇ ଦିଆଯାଇଛି । ଡାକ୍ତରୀ ଟିମ ଲୋକଙ୍କ ନିକଟରେ ପହଞ୍ଚି ସ୍ୱାସ୍ଥ୍ୟ ଯାଞ୍ଚ କରିବେ ବୋଲି ଜଣାପଡିଛି ।


ସେୟାର କରନ୍ତୁ