ରାଜ୍ୟରେ ସୁସ୍ଥ ହେଲେ 99 କରୋନା ଆକ୍ରାନ୍ତ, ମୋଟ ସଂଖ୍ୟା 649

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଅଛି । ତେବେ ଏହା ଭିତରେ ରାଜ୍ୟ ପାଇଁ ମଧ୍ୟ ଏକ ଖୁସି ଖବର ଆସିଅଛି । ରାଜ୍ୟରେ ଆଜି 99ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ହୋଇଛନ୍ତି । ଏହି 99ଜଣ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ 34ଜଣ , ଗଞ୍ଜାମରୁ 15ଜଣ, ଯାଜପୁରରୁ 13ଜଣ, କେନ୍ଦ୍ରାପଡାରୁ 13ଜଣ, ପୁରୀରୁ 10ଜଣ, ଭଦ୍ରକରୁ 9ଜଣ, ନୟାଗଡ଼ରୁ 3ଜଣ, ସୁନ୍ଦରଗଡ ଜଣେ ଏବଂ ଦେବଗଡରୁ ଜଣେ ଥିବା ଜଣାପଡିଛି । ରାଜ୍ୟରେ ଏହାକୁ ମିଶାଇ ମୋଟ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା 649ରେ ପହଞ୍ଚିଅଛି । ତେବେ ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ।


ସେୟାର କରନ୍ତୁ