ଆସନ୍ତା ୪୮ ଘଣ୍ଟା ଭିତରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା 48 ଘଣ୍ଟା ଭିତରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରିକରିଛି ।
ଘୂର୍ଣ୍ଣିବଳୟ ଯୋଗୁ ସୃଷ୍ଟି ହୋଇଥିବା ଟ୍ରପ୍ ଲାଇନ୍ ପଶ୍ଚିମବଙ୍ଗ ଦେଇ ହିମାଳୟ ପାଦଦେଶକୁ ଯାଉଥିବାର ଲକ୍ଷ୍ୟ କରାଯାଇଛି। ଏହାର ପ୍ରଭାବରେ ଝାରସୁଗୁଡ଼ା, ଅନୁଗୋଳ, ଢେଙ୍କାନାଳ,କେନ୍ଦୁଝର, ଗଞ୍ଜାମ, ଗଜପତି,ମୟୂରଭଞ୍ଜ, ନୟାଗଡ,ଖୋର୍ଦ୍ଧା ଓ କଟକରେ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଆଜି ଓ ଆସନ୍ତାକାଲି ଦକ୍ଷିଣ ଓ ଉତ୍ତର ପଶ୍ଚିମ ଓଡିଶାରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଅଛି ।


ସେୟାର କରନ୍ତୁ