ସଲମାନ ଖାନଙ୍କ ଫ୍ୟାନ୍ସଙ୍କ ପାଇଁ ବଡ଼ ଖବର, ଲକଡାଉନ ପରେ ଜଲ୍ଦି ‘ରାଧେ’ର ସୁଟିଂ ଆରମ୍ଭ କରିବେ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : କରୋନା ଭାଇରସ କାରଣରୁ ସାରା ଦେଶରେ ଲକଡାଉନ ହେତୁ ସମସ୍ତ ଫିଲ୍ମର ସୁଟିଂ ବନ୍ଦ ହୋଇଯାଇଛି । କିନ୍ତୁ ଏବେ ଅନଲକିଂ ଆରମ୍ଭ ହୋଇଯାଇଛି ଏବଂ ଫିଲ୍ମର ସୁଟିଂ ଫେରିବାକୁ ଯାଉଛି । କେତେକ ସେଲିବ୍ରେଟି ନିଜର ରୋକିଥିବା ଫିଲ୍ମକୁ ଆରମ୍ଭ କରିଦେଇଛନ୍ତି । ଜଲ୍ଦି ସଲମାନ ଖାନ ନିଜର ଫିଲ୍ମ ‘ରାଧେ’ର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି ।

ଜାତୀୟ ଗଣମାଧ୍ୟମ ମୁତାବକ ସଲମାନ ଖାନ, ଅତୁଲ ଅଗ୍ନିହୋତ୍ରୀ ଏବଂ ପ୍ରଭୁଦେବା ଫିଲ୍ମର ସୁଟିଂ ଦ୍ୱିତୀୟ ଥର ଆରମ୍ଭ କରିବା ପାଇଁ ବିଚାର କରୁଛନ୍ତି । ଏହା ସାଥିରେ ମଧ୍ୟ ଫିଲ୍ମର ଟିମ ଏହା ଉପରେ ବିଚାର କରୁଅଛି କି କେମିତି କମ ଲୋକଙ୍କୁ ନେଇ ଫିଲ୍ମର ସୁଟିଂ ପୁଣି ଥରେ ଆରମ୍ଭ କରାଯାଇପାରିବ । ସୂଚନା ମୁତାବକ ଫିଲ୍ମର ସୁଟିଂ ଅଗଷ୍ଟ ପ୍ରଥମ ସପ୍ତାହରେ ସୁଟିଂ ଅରମ୍ଭ କରାଯାଇପାରେ ।

ତେବେ କଥା କହିବାତ ଫିଲ୍ମର କାଷ୍ଟର ତ ଭାଇଜାନଙ୍କ ବ୍ୟତୀତ ଜ୍ୟାକି ଶ୍ରଫ୍, ରଣଦୀପ ହୁଡ଼ା ଏବଂ ଦିଶା ପଟାନୀ ଏହି ଫିଲ୍ମରେ ପ୍ରମୁଖ ଭୂମିକାରେ ନଜର ଆସିବେ । ଫିଲ୍ମକୁ ଡାଇରେକ୍ଟ ପ୍ରଭୁଦେବା ଏବଂ ପ୍ରଡ୍ୟୁସ ଅତୁଲ ଅଗ୍ନିହୋତ୍ରୀ କରୁଛନ୍ତି । ଖବର ହେଉଛି କି ଅଗଷ୍ଟର ପ୍ରଥମ ସପ୍ତାହରେ ମେହବୁବ ସ୍ଟୁଡ଼ିଓରେ ଫିଲ୍ମର ବାକି ଥିବା ଅଂଶକୁ ପୁରାକରାଯିବ ।

ସଲମାନ ଖାନ ଓ ଦିଶା ପଟାନୀଙ୍କ ଷ୍ଟାରର ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ଭାଇ’ ଫିଲ୍ମର ସୁଟିଂ ମାର୍ଚ୍ଚରେ ହିଁ ଆରମ୍ଭ ହୋଇଯାଇଥିଲା କିନ୍ତୁ କରୋନା ମହାମାରୀ କାରଣରୁ ଫିଲ୍ମକୁ ମଝିରୁ ରୋକିବାକୁ ପଡ଼ିଥିଲା ।


ସେୟାର କରନ୍ତୁ