ଚେନ ଲୁଟେରାଙ୍କୁ ସ୍ପେଶାଲ ସ୍କ୍ୱାର୍ଡର ଛାଟ, ୩ଗିରଫ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ସ୍ଥାନରୁ ସୁନା ଚେନ ଲୁଟ କରୁଥିବା ଲୁଟେରା ଗ୍ୟାଙ୍ଗକୁ ସ୍ପେଶାଲ ସ୍କ୍ୱାର୍ଡର ଛାଟ ପଡିଛି । ଚଢ଼ଉ ବେଳେ ଟିମ ହାତରେ ଧରାପଡିଛନ୍ତି ଗ୍ୟାଙ୍ଗର ୩ ସଦସ୍ୟ । ସେମାନେ ହେଲେ ଖୋର୍ଦ୍ଧାର ରାଜକିଶୋର ମୁଦୁଲି, ଏୟାରଫିଲ୍ଡ ଅଞ୍ଚଳର ରାଜକୁମାର ଠାକୁରୀ ଓ କନ୍ଧମାଳର ସୋନି ନାୟକ । ଚଢ଼ଉ ବେଳେ ପୁଲିସ ଅଭିଯୁକ୍ତଙ୍କ ନିକଟରୁ ଏକ ବାଇକ ଓ ୪୩ ଗ୍ରାମର ୫ଟି ସୁନା ଚେନ ଜବତ କରିଥିବା ସୂଚନା ମିଳିଛି ।

ଅଭିଯୁକ୍ତମାନେ ପଥଚାରୀ ହୁଅନ୍ତୁ ବା ଯାତ୍ରୀ ସମସ୍ତଙ୍କୁ ଟାର୍ଗେଟ କରି ଥାଆନ୍ତି । ମୁଖ୍ୟତଃ ଲୁଟେରାମାନେ ବାଇକରେ ଦ୍ରୁତଗତିରେ ଆସି ବେକରୁ ସୁନା ଚେନ ଲୁଟ କରିଥାଆନ୍ତି । ଲୁଟେରାମାନେ ବିଶେଷ କରି କ୍ୟାପିଟାଲ, ଖଣ୍ଡଗିରି ଓ ଲିଙ୍ଗରାଜ ଅଞ୍ଚଳରେ ଅତଙ୍କ ମଚାଇଥିଲେ । ଅଭିଯୋଗ ଆସିବା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ କମିଶନରେଟ ପୁଲିସ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା । ଏଥିଲାଗି ସ୍ପେଶାଲ ସ୍କ୍ୱାର୍ଡକୁ ଦିଆଯାଇଥିଲା ଦାୟିତ୍ୱ । ଚଢ଼ଉ କରି ପୁଲିସ ଶନିବାର ୩ଜଣଙ୍କୁ ଗିରଫ କରିଛି ।

ପଚରାଉଚରାରୁ ଜଣାପଡିଛି, ଅଭଯୁକ୍ତଙ୍କ ନାଁରେ କ୍ୟାପିଟାଲ ଓ ଖଣ୍ଡଗିରି ଥାନାରେ ୪ଟି ମାମଲା ଥିବା ବେଳେ ଲିଙ୍ଗରାଜ ଥାନାରେ ଗୋଟିଏ ମାମଲା ରହିଛି । ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ପୁଲିସ ତନାଘନା ଜାରି ରଖିଛି ।


ସେୟାର କରନ୍ତୁ