ଭୋଡ଼ାଫୋନର 19ଟଙ୍କିଆ ପ୍ଲାନ, ଗ୍ରାହକ ପାଇବେ ଏହି ସବୁ ସୁବିଧା

Truthink
ସେୟାର କରନ୍ତୁ

ଭୋଡାଫୋନ୍ ଗ୍ରାହକମାନଙ୍କ ପାଇଁ ଖୁସିର ଖବର। ଏବେ ଗ୍ରାହକମାନେ ମାତ୍ର ୧୯ ଟଙ୍କା ରିଚାର୍ଜ କରି ଅନଲିମିଟେଡ୍ କଲର ସୁବିଧା ପାଇପାରିବେ।  ଏହାସହ ଗ୍ରାହକମାନେ ଏଥିରେ ୧୫୦ ଏମବି ମାଗଣା ଡାଟା ମଧ୍ୟ ପାଇପାରିବେ।

ସେହିପରି ଭୋଡାଫୋନ୍ ଗ୍ରାହକମାନେ ୪୪୯ ଟଙ୍କାରେ ୫୬ ଦିନ ପାଇଁ ଏବଂ ୬୯୯ ଟଙ୍କାରେ ୮୪ ଦିନ ପାଇଁ ଅନଲିମିଟେଡ୍ କଲର ସୁବିଧା ପାଇପାରିବେ। ଏଥିରେ ପ୍ରତିଦିନ ଗ୍ରାହକମାନଙ୍କୁ ୨ଜିବି ଡାଟା ବାଲାନ୍ସ ମଧ୍ୟ ମିଳିବ।

ଅନ୍ୟପଟେ ଗ୍ରାହକମାନେ ଯଦି ଗୋଟିଏ ବର୍ଷ ପାଇଁ ଅନଲିମିଟେଡ୍ କଲ ପାଇବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ୧୪୯୯ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ। ତେବେ ଏଥିରେ ସେମାନଙ୍କୁ ମାତ୍ର ୨୪ ଜିବିର ଡାଟା ମିଳିବ। ବର୍ଷର ପ୍ରତିଦିନ ୧.୫ ଜିବି ଡାଟା ସହିତ ଅନଲିମିଟେଡ କଲ୍ ପାଇବାକୁ ହେଲେ ଆପଣଙ୍କୁ ୨୩୯୯ଟଙ୍କାର ରିଚାର୍ଜ କରିବାକୁ ପଡ଼ିବ।


ସେୟାର କରନ୍ତୁ