ପରଜଙ୍ଗ ମହାବିଦ୍ୟାଳୟରେ ଆଇୱାଇଡିପି ୟୁଥ ଫେଷ୍ଟିଭାଲ ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Truthink
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମହାବିଦ୍ୟାଳୟରେ ଆଜି ମଙ୍ଗଳବାର ଆଇୱାଇଡିପି ୟୁଥ ଫେଷ୍ଟିଭାଲ ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କ ଦ୍ୱାରା ବିଭିର୍ନ ପ୍ରକାରର ନାଚ, ଗୀତ ଓ ଟ୍ରେଡ଼ସିନାଲ ଫେସନ କଣ୍ଟେଷ୍ଟମାନ ଦେଖିବାକୁ ମିଳିଥିଲା ।

ତେବେ ଆଜିର ଏହି କାର୍ଯ୍ୟକ୍ରମ ଡ଼ଃ ନିହାର ରଞ୍ଜନ ସାହୁଙ୍କ ପୌରହିତ୍ୟରେ ହୋଇଥିଲା ବେଳେ ମୁଖ୍ୟ ଅତିଥି ଭାବରେ 2ନଂ ଜୋନ୍ ଜିଲ୍ଲାପରିଷଦ ସଦସ୍ୟ ନିରାକାର ପ୍ରଧାନ ଯୋଗ ଦେଇ ବଣମଲ୍ଲୀ ବଣରେ ଫୁଟି ନଯାଇ କିପରି କାର୍ଯ୍ୟକ୍ରମ ମାଧ୍ୟମରେ ଆଗକୁ ଆସିପାରିବ ତାହା ଉପରେ ଆଲୋକପାତ କରି ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।

ସେହିପରି ପ୍ରାକ୍ତନ ଅଧଃକ୍ଷ ସନାତନ ସାମଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଲୋକାୟିତ ପ୍ରତିଭାମାନେ ଆଗକୁ ଆସିବାର ଏ ଯେଉଁ ପ୍ରୟାସକୁ ପ୍ରଶଂସା କରି ପିଲାମମାନଙ୍କୁ ଉତ୍ସାହିତ କରିଥିବାବେଳେ ଉକ୍ତ କାର୍ଯ୍ୟକ୍ରମରେ କୋର୍ଡି ନେଟର ସ୍ମିତାରାଣୀ ସାହୁ, +2 ନୋଡାଲ ଅଧିକାରୀ ବିସିକେଶନ କର୍ଣ, କଲେଜର ଅଧ୍ୟାପକ ପ୍ରସନ୍ନ କୁମାର ସାହୁ, ଅଞ୍ଜନ କୁମାର ମହାରଣା, ସମୀର ମୁକୁଟ, ସାମାଜିକ ସଚେତନତା କାର୍ଯ୍ୟକ୍ରମର ସଞ୍ଚାଳକ କୁଳମଣି ମେହେର, ଖେଳ ଅଧ୍ୟାପକ ରଞ୍ଜନ କୁମାର ଗ଼ଡନାୟକ, କର୍ମଚାରୀ ଭବାନୀ ଶଙ୍କର ଦଳବେହେରା, ବିନୟ ଦଳବେହେରା, ସୁବଳ ଦଳବେହେରା, ବେଣୁଧର ଦଳବେହେରାଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ରହି ସହଯୋଗ କରୁଥିବା ଦେଖିବାକୁ ମିଳିଥିଲା । ତେବେ ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କୁମାର କୌଶିକ ଦେହୁରୀ କରିଥିଲେ ।

ସୂଚନା ଥାଉକି, ଆସନ୍ତା କାଲି ସୋସିଆଲ ୱାର୍କ ଆଣ୍ଡ ଆକ୍ଟିଭିଟିଜ କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର ଓ ଡାଟାବେସ ମ୍ୟାନେଜମେଣ୍ଟ କାର୍ଯ୍ୟକ୍ରମ ରହିଥିଲାବେଳେ ଏହାର ପରଦିନ ଅର୍ଥାତ ଡିସେମ୍ବର 21 କାର୍ଯ୍ୟକ୍ରମର ଉଦଯାପନୀ ଦିବସ ରହିଛି । ତେବେ ଏହି କାର୍ଯ୍ୟକ୍ରମରେ ପୂର୍ବରୁ ଅନୁଷ୍ଠାନ ପକ୍ଷରୁ ସାମାଜିକ ସଚେତନା ରାଲି, କ୍ରୀଡା ଓ ଅନ୍ୟ କେତେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l


ସେୟାର କରନ୍ତୁ