ଖାଦ୍ୟରେ କମଲୁଣ ଖାଉଛନ୍ତି କି ଦେଖାଦେଇପାରେ ଏହି ସବୁ ସମସ୍ୟା

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଲୁଣ ଅଧିକ ଖାଇବା ଦ୍ୱାରା ଆମ ଶରୀରର ଅନେକ ଗୁଡିଏ କ୍ଷତି ହୋଇଥାଏ ଯାହା ଆମେ ସମସ୍ତେ ଜାଣିଥାଉ । ରକ୍ତଚାପ ବୃଦ୍ଧି ହେବା ସହିତ ବହୁ ରୋଗରେ ମଧ୍ୟ ଅଧିକ ଲୁଣ ଖାଇବା ଆମ ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ ।

ଅନେକ ଲୋକ ଲୁଣ କମ ଖାଇବାକୁ ପରାମର୍ଶ ଦେବା ସହିତ ଲୁଣ କମ ଖାଇବା ଦ୍ୱାରା ଅନେକ ଗୁଡିଏ ଫାଇଦା ମଧ୍ୟ କହିଥାନ୍ତି । କିନ୍ତୁ ଲୁଣ କମ ଖାଇବା ଦ୍ୱାରା ଯେ ଶରୀରର କ୍ଷତି ହୋଇପାରେ ତାହା ହୁଏତ ବହୁତ କମ ଲୋକ ଜାଣିଥିବେ ।

ଲୁଣ କମ ଖାଇବା ଦ୍ୱାରା ରକ୍ତଚାପର ନିୟନ୍ତ୍ରଣ ଠିକ ଭାବରେ ହୋଇନଥାଏ । ଯାହା ଫଳରେ ଆମ ଶରୀରରେ ରକ୍ତଚାପ କମ ହୋଇଯାଏ ।

ଲୁଣରେ ଅଧିକ ମାତ୍ରାରେ ସୋଡିୟମ ଥାଏ ଯାହା ଆମ ଶରୀରର ସୋଡିୟମର ଆବଶ୍ୟକତା କୁ ପୁରା କରିଥାଏ । ଲୁଣ କମ ଖାଇବା ଦ୍ୱାରା ଆମ ଶରୀରରେ ସୋଡିୟମର ଅଭାବ ଦେଖା ଦିଏ ଏବଂ ଡାଏବେଟିସ ଟଇପ-୨ ରୋଗରେ ଶିକାର ହେବାର ସମ୍ଭାବନା ମଧ୍ୟ ବଢିଯାଏ ।

ଆମେରିକାର ଗୋଟିଏ ରିସର୍ଚ ଅନୁସାରେ ଲୁଣ କମ ଖାଇବା ଦ୍ୱାରା ଶରୀରରେ ଥିବା କୋଲେଷ୍ଟ୍ରଲ ଶରୀରରେ ହିଁ ଜମି ରୁହେ ଯାହା ଫଳରେ ଆମକୁ ଅତ୍ୟଧିକ କୋଲେଷ୍ଟ୍ରଲ ବା ଓବେଓିଟି ଭଳି ଭୟଙ୍କର ରୋଗର ସାମ୍ନା କରିବାକୁ ପଡିଥାଏ ।


ସେୟାର କରନ୍ତୁ