ପ୍ରାର୍ଥନା କରିବା ଦ୍ୱାରା କଣ କଣ ହୋଇଥାଏ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ପ୍ରାର୍ଥନା ଆମ ମଧ୍ୟରେ ଶକ୍ତି ସଞ୍ଚାର କରାଇଥାଏ । ପ୍ରାର୍ଥନା ଆମ ମଧ୍ୟରେ ବିଶ୍ୱାସ ଜମାଇଥାଏ ଯେ ଈଶ୍ୱର ସମସ୍ତଙ୍କର ମଙ୍ଗଳ କରଥାନ୍ତି । ଧ୍ୟାନରେ ବସି ପ୍ରାର୍ଥନା ଏବଂ ମନ୍ତ୍ରୋଉଚ୍ଚାରଣ ଦ୍ୱାରା ଆମର ମସ୍ତିଷ୍କକୁ ଶାନ୍ତି ମିଳିଥାଏ ।

ରାତ୍ରିରେ ଶୋଇବା ପୂର୍ବରୁ କିଛି ସମୟ ଧ୍ୟାନରେ ବସି ଦିନରେ ଘଟିଥିବା ସକାରତ୍ମକ ଘଟଣା ବିଷୟରେ ଚିନ୍ତା କରନ୍ତୁ । ଏହା ଆପଣଙ୍କର ମନୋବଳକୁ ବୃଦ୍ଧି କରାଇଥାଏ । ଏକ ନିର୍ଦିଷ୍ଟ ସମୟରେ ପ୍ରାର୍ଥନା କରିବା ଦ୍ୱାରା ମନରେ ସ୍ପୁର୍ତ୍ତି ଆସିଥାଏ ଏବଂ ମନର ଅଶାନ୍ତି ଦୂର ହୋଇଥାଏ ।

ଏହା ଦ୍ୱାରା ମାନସିକ ନିରାପତା ଯୋଗାଇଥାଏ । ଆଧ୍ୟାତ୍ମିକ ଶକ୍ତି ଜାଗ୍ରତ ହୋଇଥାଏ । ଅହଂଭାବ ଦୂର ହୋଇଥାଏ । ଦିବ୍ୟ ଶକ୍ତି ମିଳେ । କାମ, କ୍ରୋଧ, ଲୋଭ, ମୋହ ଦୂର ହୋଇଥାଏ । ମନ,ପ୍ରାଣ,ହୃଦୟ ସତପଥରେ ପରିଚାଳିତ ହୁଏ ।

କୁ-ଚିନ୍ତା, କୁ-କର୍ମ, କୁ-ନୀତି, କୁଟ-କପଟ ଇତ୍ୟାଦି ଦୂର ହୋଇଥାଏ । ଦିବ୍ୟ ଗୁଣରେ ଅନ୍ତର ଭରିଯାଏ । ସୁଖ ଦୁଃଖ, ଭଲ ମନ୍ଦ, ହସ କାନ୍ଦ ସମାନ ମନେ ହୋଇଥାଏ । ଲୋଭ ପ୍ରକୃତି ଛାଡି ଥାଏ ଏବଂ ସଂସାର ପ୍ରତି ଆସକ୍ତି ଦୂର ହୁଏ ।


ସେୟାର କରନ୍ତୁ