ଦେହ ପାଈଁ ଉପକାରୀ କମଳା ମଞ୍ଜି, ପଢନ୍ତୁ କିପରି

Truthink
ସେୟାର କରନ୍ତୁ

ଆମେ ସମସ୍ତେ ଜାଣନ୍ତି କମଳା ହେଉଛି ଏକ ଉପକାରୀ ଫଳ । ବହୁ ରୋଗରୁ ମୁକ୍ତି ଦିଏ କମଳା । ଏଥିସହ କମଳା ଖାଇଲେ ଶରୀରରେ ରୋଗ ପ୍ରତିଷେଧକ କ୍ଷମତା ମଧ୍ୟ ବୃଧି ପାଏ । କିନ୍ତୁ କମଳା ଖାଇବା ପରେ ଆମେ ଫୋପାଡି ଦେଉଥିବା ମଞ୍ଜିରେ ମଧ୍ୟ ଅନେକ ଉପକାରୀ ଗୁଣ ଭରି ରହିଥାଏ । ଯାହାକୁ ଆମେ ଅଣଦେଖା କରନ୍ତି ।
ଆଜି ଆମେ ଆପଣଙ୍କୁ କମଳା ମଞ୍ଜିର ଉପକାରୀ ଗୁଣ ବିଷୟରେ କହିବୁ ଯାହା ଆପଣଙ୍କ ଉପକାରରେ ଆସିବ ।

1- କମଳା ମଞ୍ଜି ରକ୍ତଚାପକୁ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ । ଏଥିରେ ଭିଟାମିନ ବି6 ଓ ମାଗ୍ନେସିୟମ ଭରପୁର ମାତ୍ରାରେ ରହିଛି । ଯାହା ରକ୍ତଚାପ ସଠିକ ଭାବେ ନିୟନ୍ତ୍ରଣ କରିଥାଏ ।
2 – କମଳା ମଞ୍ଜିରୁ ତେଲ ମଧ୍ୟ ପ୍ରସ୍ତୁତ କରାଯାଏ । ଯାହା ଖାଦ୍ୟ ପ୍ରସ୍ତୁତି କରିବାରେ ବ୍ୟବହାର କରାଯାଏ ।
3 – ବିଭିନ୍ନ କେକ ଓ ବିସ୍କୁଟ ପ୍ରସ୍ତୁତରେ ମଧ୍ୟ ଏହା ବ୍ୟବହାର ହୋଇଥାଏ ।
4- ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ମଧ୍ୟ କମଳା ମଞ୍ଜି ସହାୟକ ହୋଇଥାଏ ।
5- ଏହା ଶରୀରରେ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ ।
6- କମଳା ମଞ୍ଜି ତେଲ କେଶରେ ଲଗାଇବା ଦ୍ୱାରା କେଶ ମଜଭୂତ ହେବା ସହ କେଶକୁ ନରମ ଓ ରେଶମୀ କରିଥାଏ ।
7 – ଶରୀରରେ ମଧ୍ୟ ମାଲିସ ପାଇଁ କମଳା ମଞ୍ଜି ତେଲ ବ୍ୟବହାର ହୋଇଥାଏ ।


ସେୟାର କରନ୍ତୁ