ସୌନ୍ଦର୍ଯ୍ୟକୁ ଦୁଇ ଗୁଣା ବଢାଇବାକୁ ହେଲେ କରିବାକୁ ପଡିବ ଏହି କାମ

Truthink
ସେୟାର କରନ୍ତୁ

ବିଶେଷକରି ମହିଳାମାନେ ମନ ଓ ଶରୀର ଉଭୟ ଦିଗରୁ ସୁସ୍ଥ ରହିବାକୁ ଚାହାଁନ୍ତି ଏବଂ ବୟସଠାରୁ ସାନ ଦେଖାଯିବାକୁ ବେଶି ପସନ୍ଦ କରିଥାନ୍ତି । ତେବେ ଅନ୍ତତ ପକ୍ଷେ ସପ୍ତାହକୁ ଥରେ ଉପାସ ନିଶ୍ଚୟ ରୁହନ୍ତୁ । ଯୁବା ଓ ଗ୍ଲୋଇଙ୍ଗ୍‌ ତ୍ୱଚା ଆପଣଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିବ ଏଥିରେ ଦ୍ୱିମତ ନାହିଁ । ବାସ୍ତବରେ ଏକ ସୁସ୍ଥ ତ୍ୱଚା ହିଁ ବେଶି ସୁନ୍ଦର ଲାଗିଥାଏ । ଏହା ସତ୍ତେ୍ୱ ବି ଆମେ ପ୍ରାୟ ସମୟରେ ନିଜକୁ ଅଣଦେଖା କରି ଦେଇଥା ଉ। ବିଭିନ୍ନ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ଆମ ତ୍ୱଚାର ଚମ୍‌କ ଧୀରେ ଧୀରେ କମିଚାଲେ ।

ଆମର ତ୍ୱଚା ଆମ ସ୍ୱାସ୍ଥ୍ୟର ଆଇନା । ମେଟାବଲିଜିମ୍‌ ସୁସ୍ଥ ଓ ଯୁବା ତ୍ୱଚାର ଆଧାର । ଉପବାସ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଶରୀରକୁ ସନ୍ତୁଳିତ ରଖିଥାଏ । ଏହା ଶରୀରରେ ମେଟାବଲିଜିମ୍‌ ସ୍ତର ବଢାଇବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ କରେ । ଏଥିସହିତ ଆଣ୍ଟିଅକ୍ସିଡାଣ୍ଟ ସ୍ତର ବଢିବା ଦ୍ୱାରା ତ୍ୱଚା ସୁସ୍ଥ ରହି ବୟସ ବଢିବାକୁ ଦିଏନା । ଉପବାସ ପରେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ବୟସକୁ ବାନ୍ଧି ରଖିବା ସହଜ । ଆୟୁର୍ବେଦରେ ବିଭିନ୍ନ ପ୍ରକାରର ଉପବାସ ବିଷୟରେ କୁହାଯାଇଛି । ଉପବାସ ହେଉଛି ନିଜକୁ ଶୁଦ୍ଧ କରିବାର ଶ୍ରେଷ୍ଠ ବିକଳ୍ପ । ଏହାଦ୍ୱାରା ଆଧ୍ୟାତ୍ମିକ, ମାନସିକ ଓ ଶାରୀରିକ ଲାଭ ମିଳିଥାଏ

ଉପବାସ କେତେ ପ୍ରକାର

– ସମ୍ପୂର୍ଣ୍ଣ ଉପବାସ ଆଦୌ ଭୋଜନ ଓ ପାଣି ଗ୍ରହଣ ନ କରିବା ।

– ସ୍କିପ୍‌ ଉପବାସ ଦିନକୁ ଥରେ ବା ଦୁଇଥର ଖାଇବା । କୌଣସି ଗୋଟିଏ ବା ଦୁଇ ଥରର ଭୋଜନକୁ ଛାଡି ଦେବା ବା ସ୍କିପ୍‌ କରିବା ।

-ପାଣି ଉପବାସ ସାରା ଦିନ କେବଳ ପାଣି ପିଇବା

– ଜୁସ ବା ଫଳ ଉପବାସ ସାରା ଦିନ କେବଳ ଜୁସ୍‌ ବା ଫଳ ଖାଇପାରିବେ । ଆଉ କିଛି ଖାଇବେ ନାହିଁ ।

-ପରିବାପତ୍ର ସହ ଉପବାସ ଯେଉଁମାନେ କିଛି ନ ଖାଇ ରହିପାରିବେ ନାହିଁ । ଖାସ୍‌ ସେମାନେ ବିଭିନ୍ନ ତରକାରୀ ଖାଇବା ସହ ଉପବାସ କରିପାରିବେ । ଅନ୍ୟ କିଛି ଜିନିଷ ଖାଇବେ ନାହିଁ ।

-ଚକୋଲେଟ୍‌ ଉପବାସ ଚକୋଲେଟ୍‌ ଆଣ୍ଟି-ଅକ୍ସିଡାଣ୍ଟର ମୁଖ୍ୟ ସ୍ରୋତ । ଏଥିରେ ଆଇରନ୍‌ ଓ କୋକୋ ଭରପୂର, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ।

ମିଳିଥିବା ତଥ୍ୟ ଅନୁସାରେ ଉପବାସ ରଖିବା କର୍କଟ ରୋଗୀଙ୍କ ପାଇଁ ଖୁବ୍‌ ଲାଭଦାୟକ । ସେହିପରି ମୋଟାପଣ ଓ ହର୍‌ମୋନାଲ୍‌ ଅସନ୍ତୁଳନ ଥିବା ଲୋକଙ୍କ ପାଇଁ ମଧ୍ୟ ବେଶ୍‌ ଉପକାରୀ

ସାବଧାନ : ଉପବାସ ଶରୀରରୁ ମାନସିକ ଓ ଶାରିରୀକ ବିଷ ହରଣ କରିଥାଏ । କିନ୍ତୁ ଏହାକୁ ଆରମ୍ଭ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ ।


ସେୟାର କରନ୍ତୁ