ଗୁରୁବାର ରାଶିଫଳ

Truthink
ସେୟାର କରନ୍ତୁ

ମେଷ: ବିଜୟ ଉଲ୍ଲାସରେ ଦିନ ବିତାଇ ପାରନ୍ତି। ସମ୍ମାନିତ ହେବେ। ମନରେ ପ୍ରସନ୍ନତା ଦେଖା ଦେବ। ଆସ୍ତିକ ସ୍ବଭାବର ହୋଇପାରନ୍ତି। ମିଷ୍ଟଭାଷୀ ହେବେ। ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ପ୍ରେମୀ ଓ ସାହସୀ ହେବେ।

ବୃଷ: ପରମସୌଭାଗ୍ୟଶାଳୀ ହୋଇପାରନ୍ତି। ବିଶିଷ୍ଟ ବ୍ୟକ୍ତିଭାବେ ଜନସାଧାରଣଙ୍କର ଆଦରଣୀୟ ହେବେ। ପ୍ରବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ମିଳିବ।

ମିଥୁନ: ସୁଖ-ଶାନ୍ତିରେ ଦିନଟି ଅତିବାହିତ ହେବ। ବଳବାନ୍‌ ହେବେ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ବ୍ୟବସାୟ ଉଦ୍ୟମ ସଫଳ ହେବ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭର ସୂଚନା ମିଳୁଛି। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କର୍କଟ: ଶୁଭକର୍ମରେ ଖର୍ଚ୍ଚାନ୍ତ ହୋଇପାରନ୍ତି। କାର୍ଯ୍ୟରେ ବାଧା ଉପୁଜିବାର ସମ୍ଭାବନା ଅଛି। ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଉପୁଜିପାରେ। ଚଞ୍ଚଳମନା ହେବେ। ଏକାନ୍ତରେ ସମୟ ବିତାଇବାକୁ ଇଚ୍ଛା କରିବେ। କୋମଳ ବଚନରେ ପରକୁ ଆପଣାର କରିବେ।

ସିଂହ: ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ବୀ ହେବେ। ରୋଜଗାର ଆଶାନୁରୂପ ହେବ। ସରକାରୀ କୃପା ଲାଭ କରିପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳମନା ହେବେ। ବହୁ ବିଦ୍ୟାରେ ଜ୍ଞାନୀ ହେବେ।

କନ୍ୟା: କୁଳ ମର୍ଯାଦା ରକ୍ଷା କରିବାରେ ସକ୍ଷମ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହୋଇପାରନ୍ତି। ନିଜ କୁଟୁମ୍ବ ପ୍ରତି ସ୍ନେହ ଶ୍ରଦ୍ଧା ଓ ଆନ୍ତରିକତା ରହିବ।
ତୁଳା: ତରବର ନ ହୋଇ ଧୀରେସୁସ୍ଥେ କାର୍ଯ୍ୟ କଲେ ସଫଳତା ମିଳିବ। ଭାଗ୍ୟଶାଳୀ ହେବେ। ଭୋଗ ବିଳାସରେ ସମୟ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ, ସାହସୀ ଓ ସମ୍ପତ୍ତିବାନ୍‌ ହେବେ।

ବିଛା: ସାମାନ୍ୟ ଅସୁସ୍ଥ ଅନୁଭବ କରିପାରନ୍ତି। ଅଯଥା ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ସ୍ବାଭିମାନୀ ହେବେ। ଯୁଗ୍ମବ୍ୟବସାୟ ଲାଭଜନକ ହେବ। ବୁଝି ବିଚାରି କାର୍ଯ୍ୟ କରିବାକୁ ପଡ଼ିବ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ହେବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।

ଧନୁ: ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ କରିପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ସାମୟିକ ଭାବେ ମନରେ ଅହଂଭାବ ଆସିପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶରେ ଚଳିବେ।

ମକର: ଲୋଭଗ୍ରସ୍ତ ହୋଇପାରନ୍ତି। ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ଭାଇମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଶ୍ରଦ୍ଧାଭାଜନ ହେବେ।

କୁମ୍ଭ: ଚଞ୍ଚଳମନା ହେବେ। କନ୍ୟା ଦ୍ବାରା ଉପକୃତ ହେବେ। ଆକସ୍ମିକ ଧନଲାଭ ହୋଇପାରେ। ଲଟେରି ଫଳ ଆପଣଙ୍କ ସପକ୍ଷରେ ଯାଇପାରେ। ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ। ବ୍ୟବସାୟରେ ଲାଭବାନ ହେବେ।

ମୀନ: ଉଦାର ପ୍ରକୃତିର ହେବେ। ଦାନ-ଧର୍ମରେ ନିଜକୁ ସାମିଲ କରିପାରନ୍ତି। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ବର ଅଧିକାରୀ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। କୃଷି କର୍ମକାରୀ ହେବେ। ବୁଦ୍ଧିମାନ୍‌ ହେବେ।


ସେୟାର କରନ୍ତୁ