ପିଅନ୍ତୁ ଭୃଶୁଙ୍ଗପତ୍ରର ଚା, ଚର୍ବି କମିବ

Truthink
ସେୟାର କରନ୍ତୁ

ପ୍ରାୟ ପ୍ରତ୍ୟେକଙ୍କ ଘରେ ଭୃଶୁଙ୍ଗପତ୍ରକୁ ବିଭିନ୍ନ ବ୍ୟଞ୍ଜନରେ ବ୍ୟବହାର କରାଯାଏ। ଏହା ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ। ତେବେ ଭୃଶୁଙ୍ଗପତ୍ରକୁ ଚାହା କରି ପିଇଲେ ଅନେକ ପ୍ରକାର ସ୍ୱାସ୍ଥ୍ୟ ଜନିତ ଉପକାର ପାଇପାରିବେ।

ଏପରି ପ୍ରସ୍ତୁତ କରନ୍ତୁ ଭୃଶୁଙ୍ଗ ପତ୍ର ଚାହା
ପ୍ରଥମେ ଭୃଶୁଙ୍ଗପତ୍ରଗୁଡ଼ିକୁ ଛିଣ୍ଡାଇ ପାଣିରେ ପକାଇ ଭଲ ଭାବେ ସଫା କରି ଦିଅନ୍ତୁ। ତା’ପରେ ପାଣିରେ ପତ୍ର ପକାଇ ଏହାକୁ ଫୁଟାଇ ନିଅନ୍ତୁ। ଏହାପରେ ପତ୍ରକୁ ପାଣିରୁ ଛାଣି ନିଅନ୍ତୁ।

ସ୍ୱାଦିଷ୍ଟ କରିବା ପାଇଁ ଆପଣ ଏହି ଚାହାରେ ମହୁ ଓ ଲେମ୍ୱୁ ପକାଇପାରିବେ। ଏହାକୁ ଆପଣ ଦିନର ଯେ କୌଣସି ସମୟରେ ପିଇ ପାରିବେ ।

ତେବେ ଅଧିକ ଫଳପ୍ରଦ ହେବା ପାଇଁ ଭୃଶୁଙ୍ଗପତ୍ର ଚାହାକୁ ନିୟମିତ ସକାଳେ ଖାଲି ପେଟରେ ପିଇବା ଜରୁରୀ ।

ଏବେ ଆସନ୍ତୁ ଜାଣିବା ଏଥିରେ କେଉଁ ସବୁ ଗୁଣ ଭରି ରହିଛି ଓ ଏହାକୁ ଚା’ କରି ପିଇଲେ କ’ଣ ସବୁ ଫାଇଦା ମିଳେ।
୧. ଭୃଶୁଙ୍ଗପତ୍ର ଚାହା ଶରୀରରୁ ହାନିକାରକ ବିଷାକ୍ତ ପଦାର୍ଥ ବାହାର କରି ଦିଏ। ସେହିପରି ଏହି ପତ୍ରକୁ ନିୟମିତ ଚୋବାଇ ଖାଇଲେ, ଶରୀରରୁ ହାନିକାରକ ବିଷାକ୍ତ ପଦାର୍ଥ ସଫା ହେବା ସହିତ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ। ଏଥିପାଇଁ ସକାଲେ ଖାଲି ପେଟରେ ୩ ରୁ ୪ ଟି ଭୃଶୁଙ୍ଗପତ୍ର ଚୋବାଇ ଖାଇବା ନିହାତି ଜରୁରୀ।

୨. ଭୃଶୁଙ୍ଗ ପତ୍ର ପାଚନ ଏନଜାଇମକୁ ପ୍ରଭାବିତ କରିଥାଏ ଓ ପେଟକୁ ସଫା ରଖିଥାଏ।

୩. ଭୃଶୁଙ୍ଗପତ୍ରରେ ଆଣ୍ଟି-ଆକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ, ଆଣ୍ଟି-କାର୍ସିନୋଜେନିକ୍‌ ଓ ହେପୋଟ୍ରୋ ପ୍ରୋଟେକ୍ଟିଭ୍‌ ପରି ଗୁଣ ରହିଛି। ଏହି ସମସ୍ତ ଗୁଣ ଶରୀରକୁ ଛୋଟମୋଟ ଶାରୀରିକ ସମସ୍ୟାରୁ ସୁସ୍ଥ ରଖିବା ସହିତ ଓଜନ ନିୟନ୍ତ୍ରଣ କରିଥା’ନ୍ତି।

୪. ଭୃଶୁଙ୍ଗପତ୍ରରେ ଓଜନ କମାଇବା ଓ ଚର୍ବି କମ୍‌ କରିବା ଗୁଣ ରହିଛି। ତେଣୁ ଏହା କେବଳ ଓଜନ ନୁହେଁ, କୋଲେଷ୍ଟ୍ରଲ୍‌, ଟ୍ରାଇଗ୍ଲିସରାଇଡ୍‌ ସ୍ତରକୁ ମଧ୍ୟ ଶରୀରରୁ କମ୍‌ କରିଥାଏ। ଏପରିକି ଏହି ପତ୍ର ଦ୍ୱାରା ଡାଇବେଟିସ୍‌ ମଧ୍ୟ ନିୟନ୍ତ୍ରିତ ହୋଇଥାଏ।


ସେୟାର କରନ୍ତୁ