20ଟଙ୍କାରେ ଭୋଡ଼ାଫୋନର ଅନଲିମିତେଡ଼ ଅଫର

Truthink
ସେୟାର କରନ୍ତୁ

ମହଙ୍ଗା ଯୁଗରେ ଶସ୍ତା ସେବା । ଡିସେମ୍ବର ୨୦୧୯ରେ ଟେଲିକମ୍ କମ୍ପାନୀଗୁଡ଼ିକ ଶୁଳ୍କ ବୃଦ୍ଧି ପରେ ରିଚାର୍ଜ ପାଇଁ ଉପଭୋକ୍ତାଙ୍କୁ ବାଧୁଛି । ନମ୍ବର ରିଚାର୍ଜ କରିବାକୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ଉପଭୋକ୍ତାମାନେ କମ୍ ମୂଲ୍ୟରେ ସର୍ବୋତ୍ତମ ଲାଭ ମିଳୁଥିବା ଯୋଜନା ଚାହାଁନ୍ତି । ଆସନ୍ତୁ ଜାଣିବା ପ୍ରମୁଖ ଟେଲିକମର ଏମିତି କିଛି ପ୍ଲାନ୍ । ଯେଉଁଥିରେ ଆପଣ ମାତ୍ର ୨୦ ଟଙ୍କାରେ ପାଇବେ ଡାଟା ସହ କଲିଂର ସୁବିଧା ।ଭୋଡ଼ାଫୋନ୍

ଉପଭୋକ୍ତାଙ୍କୁ ଭୋଡ଼ାଫୋନ୍ ମାତ୍ର ୧୯ ଟଙ୍କାରେ ପ୍ରଦାନ କରୁଛି ପ୍ଲାନ । ୨ ଦିନର ବୈଧତା ବିଶିଷ୍ଟ ଏହି ପ୍ଲାନରେ ୨୦୦ ଏମବି ଡାଟା ସହ କଲିଂ ସୁବିଧା ମିଳୁଛି । ଏହି ଯୋଜନାର ଗ୍ରାହକମାନେ ଦେଶର ସମସ୍ତ ନେଟୱାର୍କରେ ଅସୀମିତ କଲିଂ କରିପାରିବେ ।
ଏୟାରଟେଲ

ଭୋଡ଼ାଫୋନ ଭଳି ଏୟାରଟେଲ ୧୯ ଟଙ୍କାରେ ସେବା ଯୋଗାଉଛି । ଯଦି ଆପଣ ଜଣେ ଏୟାରଟେଲ୍ ଉପଭୋକ୍ତା ଏବଂ ଶସ୍ତା କଲିଂ ସହ ଡାଟା ସୁବିଧା ଚାହୁଁଛନ୍ତି, ତେବେ ୧୯ ଟଙ୍କା ଯୋଜନା ଆପଣଙ୍କ ପାଇଁ ସର୍ବୋତ୍ତମ । ଏହି ଯୋଜନାରେ ସମସ୍ତ ନେଟୱାର୍କକୁ ଅସୀମିତ କଲିଂ ସହ ୨୦୦ ଏମବି ଡାଟା ମିଳୁଛି । ଏହି ପ୍ଲାନର ବୈଧତା ହେଉଛି ୨ ଦିନ ।


ସେୟାର କରନ୍ତୁ