ଓଡିଶା ଆସିବେ ଅମିତ ଶାହା, ପଢାଇବେ ମିଶନ 120ର ପାଠ

ରାଜନୀତି
ସେୟାର କରନ୍ତୁ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପୁରୀରେ ହେବାକୁ ଥିବା ବିଜେପିର ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକରଣୀରେ ଯୋଗ ଦେବା ପାଇଁ ଆସନ୍ତା ସେପ୍ଟେମ୍ବର 24ରେ ଓଡିଶା ଆସୁଛନ୍ତି।
ବିଜେପିର ଏହି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକରଣୀ ସେପ୍ଟେମ୍ବର 23 ରୁ 25 ଯାଏ ଚାଲିବ! ଏହି ଅବସରରେ, ଦଳ ପକ୍ଷରୁ ଏକ ବଡ ଧରଣର ମହିଳା ସମାବେଶ କରିବାକୁ ଯୋଜନା କରାଯାଇଅଛି। ଚଳିତ ବର୍ଷରେ ଅମିତ ଶାହାଙ୍କ ଏହା ହେଉଛି ତୃତୀୟ ଗସ୍ତ! ଅମିତ ଶାହାଙ୍କ ଗସ୍ତ ପୂର୍ବରୁ, ସେପ୍ଟେମ୍ବର 22ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବାର କାର୍ଯ୍ୟକ୍ରମ ରହିଅଛି। ସେ ତାଳଚେର ଓ ଝାରସୁଗୁଡ଼ାରେ ଦୁଇଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ!

ଆଗକୁ ସାଧାରଣ ଏବଂ ବିଧାନସଭା ନିର୍ବାଚନ ଥିବାରୁ, ଏ ଦୁଇ ନେତାଙ୍କ ପାଇଁ ଓଡିଶା ବିଜେପି ଶିବିର ଚଳଚଞ୍ଚଳ ହୋଇ ଉଠିଛି !ଅମିତ ଶାହାଙ୍କ ସମ୍ପର୍କରେ ସୂଚନା ଦେଇ ବିଜେପି ମହିଳା ମୋର୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା କହିଛନ୍ତି ,23 ତାରିଖରୁ ହେବାକୁ ଥିବା ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ପଦାଧିକାରୀ ବୈଠକରେ କେନ୍ଦ୍ର ଓ ରାଜ୍ୟ ମହିଳା ମୋର୍ଚ୍ଚା ର ସମସ୍ତ ପଦାଧିକାରୀ,କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କ ସମେତ ସମସ୍ତ ରାଜ୍ୟର ମହିଳା ସଭାନେତ୍ରୀ ସାଧାରଣ ସମ୍ପାଦିକା ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଅଛି ।

ଆସନ୍ତା 24ରେ ଆସି ମିଶନ 120ର ପାଠ ପଢ଼ାଇବେ ଅମିତ ଶାହା।

ନିକଟରେ ହୋଇଥିବା ରାଷ୍ଟ୍ରୀୟ କାରିଣୀରେ ଓଡିଶାକୁ ସ୍ୱତନ୍ତ୍ର ଦୃଷ୍ଟିରେ ରଖାଯାଇଛି ବୋଲି ପ୍ରତିରକ୍ଷ୍ୟାମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ।
ଏହି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ବିଜେପି ସାରା ଦେଶରେ ‘ଅଜୟ ଭାରତ’ ଓ ‘ଅଟଳ ବିଜେପି’ ନାରା ଦେଇ ଆଗକୁ ବଢିବାର ସ୍ୱପ୍ନ ନେଇ ସାରାଦେଶରେ ନିର୍ବାଚନୀ ବୈତରଣୀ ପାର ହେବାପାଇଁ ଖସଡ଼ା ପ୍ରସ୍ତୁତ କରିଅଛି । ତନ୍ମଧ୍ୟରୁ ଓଡିଶା ଏବଂ ପଶ୍ଚିମବଙ୍ଗକୁ ସ୍ୱତନ୍ତ୍ର ଫୋକସରେ ରଖାଯାଇଛି ବୋଲି ନିର୍ମଳା ସୀତାରମଣ କରିଛନ୍ତି! ଓଡ଼ିଶାର ସାଙ୍ଗଠନିକ ଅବସ୍ଥିତିକୁ ଅନୁଧ୍ୟାନ କରି ଅମିତ ଶାହା ସନ୍ତୋଷବ୍ୟକ୍ତ କରିଛନ୍ତି।


ସେୟାର କରନ୍ତୁ