ବିଜେଡିରେ ସାଙ୍ଗଠନିକ ଅଦଳବଦଳ, ଦାମଙ୍କୁ ଚେକ

ରାଜନୀତି
ସେୟାର କରନ୍ତୁ

ଭୂବନେଶ୍ଵର: ଆଜି ବିଜେଡ଼ି ସୋପ୍ରିମୋ ନବୀନ ପଟନାୟକ ଜଗତସିଂହପୁର ଜିଲ୍ଲାରେ ସାଙ୍ଗଠନିକ ସ୍ତିତିକୁ ମଜଭୁତ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସହ ପର୍ଯ୍ୟବେକ୍ଷକ ଏବଂ ପ୍ରଶାନ୍ତ ମୁଦୁଲିଙ୍କୁ ଜିଲ୍ଲାର କାର୍ଯ୍ୟକାରୀ ସଭାପତି କରାଯାଇଛି ।
ଦାମ ରାଉତଙ୍କ ବିରୋଧରେ ଫେରାଦ ହୋଇଥିବାରୁ, ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସାମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ପୁରସ୍କୃତ କରାଯାଇଛି। ସେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମଧ୍ୟ ଅଛନ୍ତି।

ଏହାସହିତ, ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଅବିଭକ୍ତ କୋରାପୁଟ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ସଭାପତି।
ପ୍ରଫୁଲ ମଲ୍ଲିକଙ୍କୁ ଢେଙ୍କାନାଳ ଜିଲ୍ଲା ସଭାପତି ଦାୟିତ୍ୱ ଦିଆଯାଇଥିବା ବେଳେ ନୃସିଂହ ସାହୁଙ୍କୁ ଦଳର ସାଧାରଣ ସଂପାଦକ କରାଯାଇଛି। ବିଜୟ କୁମାର ନାୟକ ଢେଙ୍କାନାଳ ଜିଲ୍ଲାର ସହ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି।

ପ୍ରତାପ ଜେନାଙ୍କୁ ଜଗତସିଂହପୁର ଜିଲ୍ଲାର ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ଅନୁଗୋଳ ଜିଲ୍ଲା ପର୍ଯ୍ୟବେକ୍ଷକ ସହ ତାଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ଦଳର ଭୁବନେଶ୍ୱର ଜିଲ୍ଲା ସଭାପତି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ନିଯୁକ୍ତି ଦେଇଛନ୍ତି ନବୀନ।
ସାଙ୍ଗଠନିକ ଅଦଳ ବଦଳ କରି ବିଜେଡ଼ି ସୋପ୍ରିମୋ ଜଗତସିଂହପୁର ଜିଲ୍ଲାର ଦାମ ରାଉତଙ୍କୁ ଚେକ ଦେଇଛନ୍ତି !ଦାମ ରାଉତ କିଛି ଦିନ ହେବ ବିବାଦିୟ ବୟାନ ଦେଇ ଦଳକୁ କ୍ଷତି ପହଞ୍ଚାଉ ଥିଲେ !ଆଗରୁ ମଧ୍ୟ ବିବାଦିତ ବୟାନ ଦେଇ ଆଠ ମାସ ହେବ ବିଭିନ୍ନ ପଦ ପଦବୀମାନ ହରାଇ ଥିଲେ ! ଶେଷରେ ବିଜେଡି ସୁପ୍ରିମୋ ଦାମଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି


ସେୟାର କରନ୍ତୁ