ପରଜଙ୍ଗରେ ଜାତୀୟ କଂଗ୍ରେସର ପ୍ରେସମିଟ

ରାଜନୀତି
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ଆଜି ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ପରଜଙ୍ଗ ବଜାର ନିକଟସ୍ଥ ସତ୍ୟମ ପ୍ୟାର୍ଲେସ ପରିସରରେ ନିର୍ବାଚନୀ ପ୍ରଚାର ଓ ପ୍ରାର୍ଥୀ ପତ୍ର ଦାଖଲ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସାମ୍ବାଦିକ ସମ୍ମିଳନୀରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ଜାତୀୟ କଂଗ୍ରେସ ପ୍ରାର୍ଥୀ ରଂଜିତ କୁମାର ସାହୁ, ପରଜଙ୍ଗ ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟିର ଅଧଃକ୍ଷ କଂଗ୍ରେସ ନେତା ଦୟାସାଗର ଦାସ, ଆଦିବାସୀ ସେଲ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ସଦାଶିବ ମଲ୍ଲିକ, କଂଗ୍ରେସ ନେତା ବିଜୟ ପଣ୍ଡା, କଂଗ୍ରେସ ନେତା ତନ୍ମୟ ନାୟକ, କଂଗ୍ରେସ ନେତା ସଂଗ୍ରାମ ସାହୁ ପ୍ରମୁଖ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ l

ତେବେ ମେ 1 ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ କରାଯିବାକୁ ଥିବା ବେଳେ, କଂଗ୍ରେସ 5 ନିର୍ବାଚନୀ ଇସ୍ତାହାର ସହ ସ୍ଥାନୀୟ ସମସ୍ୟାକୁ ମୁଖ୍ୟ ମୁଦ୍ଦା କରି ଜାତୀୟ କଂଗ୍ରେସ ଭୋଟରଙ୍କ ନିକଟରେ ପହଂଚିବ ବୋଲି ପ୍ରେସମିଟରେ ବିଧାୟକ ପ୍ରାର୍ଥୀ ସୂଚନା ଦେଇଛନ୍ତି l


ସେୟାର କରନ୍ତୁ