ରାହୁଲଙ୍କ ଟାର୍ଗେଟରେ ଓଭୟ ବିଜେଡି-ବିଜେପି

ରାଜନୀତି
ସେୟାର କରନ୍ତୁ

କଟକ: ଆଜି ଓଡ଼ିଶା ଗସ୍ତରେ ରାହୁଲ ଗାନ୍ଧୀ ଆସିଛନ୍ତି । ସେ ସାଲେପୁରରେ ପହଁଚି ହଜାର ହଜାର ଲୋକଙ୍କୁ ସମ୍ବୋନ୍ଧିତ କରି ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ସେ ମଞ୍ଚରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଖଣି, ଜମି, କୃଷକ, ବେରୋଜଗାର ପ୍ରସଙ୍ଗ ଉଠାଇଛନ୍ତି । ସେ ମହିଳାମାନଙ୍କୁ ମାସିକ 2 ହଜାର ଟଙ୍କା ଦେବା ସହ ବେକାରୀ ଯୁବକ ଯୁବତୀଙ୍କୁ 3000 ଟଙ୍କା ଏବଂ ଚାଷୀମାନଙ୍କ ଋଣଛାଡ କଥା କହିଛନ୍ତି ।

ସେ ଆହୁରି କହିଛନ୍ତି, ପେହଲି ନୌକରୀ ପକ୍କି’ ଯୋଜନା ଆଣିବ କଂଗ୍ରେସ । ସମସ୍ତ ବେକାର ଯୁବକଯୁବତୀଙ୍କୁ ଚାକିରି ଗ୍ୟାରେଣ୍ଟି ଦେଉଛୁ । ସରକାରଙ୍କୁ କେହି ଚାକିରି ମାଗିଲେ ନିଶ୍ଚିତ ଚାକିରି ମିଳିବ । ଚାକିରି ମାଗିବା କ୍ଷଣି ବର୍ଷକ ପାଇଁ ଆପ୍ରେଣ୍ଟିସିପ୍‌ ଦିଆଯିବ । ଦେଶର ସବୁ ଗରିବ ପରିବାରର ଜଣେ ଜଣେ ମହିଳାଙ୍କୁ ବଛାଯିବ । ଉକ୍ତ ମହିଳାଙ୍କ ବ୍ୟାଙ୍କ ଖାତାକୁ 1 ଲକ୍ଷ ଟଙ୍କା ପ୍ରଦାନ କରାଯିବ । ପ୍ରତି ମାସରେ 8 ହଜାର 5 ଶହ ଟଙ୍କା ମହିଳାଙ୍କ ଖାତାକୁ ଯିବ ।

ଏବେ ଓଡ଼ିଶାରେ ବିଜେଡି-ବିଜେପିର ବାହାଘର ହୋଇଛି । ଉଭୟ ଦଳ ଏକାଠି ମିଶିକି ଅଛନ୍ତି । ଉଭୟ ଦଳ ଓଡ଼ିଶାର ଜନତାଙ୍କୁ ପାନ୍ ଦେଇଛନ୍ତି । ନବୀନ ବାବୁ କିଛି ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି । ଏହାର ଫାଇଦା କିଛି ଲୋକଙ୍କୁ ମିଳୁଛି । ଓଡ଼ିଶାକୁ ପାଣ୍ଡିଆନ୍ ଚଳାଉଛନ୍ତି । ଏକଥା କହି ବିଜେଡି ସରକାର ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ତେବେ ଓଡ଼ିଶାରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରେ ପହଞ୍ଚିଥିଲେ ରାହୁଲ ଗାନ୍ଧୀ । ମଧୁବାବୁଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ରାହୁଲ । ସେଠାରେ କିଛି ସମୟ ସ୍ମୃତିଚାରଣ କରିବା ପରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥଲେ । ଏହାପରେ କସ୍ତୁରବା ଆଶ୍ରମ ଯାଇ ସେଠାରେ ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ସତ୍ୟଭାମାପୁରରେ କିଛି ସମୟ ବିତାଇବା ପରେ ରାହୁଲ ଗାନ୍ଧୀ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସାଲେପୁରର କୁଳିଆରେ ପହଞ୍ଚିଥିଲେ । ସେଠାରେ ନ୍ୟାୟ ସମାବେଶରେ ଯୋଗ ଦେଇ ଜନସଭାକୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଆଜି ଓଡ଼ିଆଙ୍କ ପାଇଁ ସ୍ୱାଭିମାନ ଦିବସ, ତେଣୁ ଓଡ଼ିଆଙ୍କ ସ୍ୱାଭିମାନ ଓ ଅସ୍ମିତା କଥା କହିଥିଲେ ରାହୁଲ ଗାନ୍ଧୀ । ଏହି ନ୍ୟାୟ ସମାବେଶରେ କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର ଲୋକସଭା ଓ ବିଧାନସଭାର ପ୍ରାର୍ଥୀ, ନେତା, କର୍ମୀ, ସମର୍ଥକ ସାମିଲ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି ।

ଏହାପୂର୍ବରୁ ଆଜି ରାହୁଲ ଗାନ୍ଧୀ ଦିନ 11ଟା 45 ମିନିଟ୍ ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରେ ପିସିସି ସଭାପତି ଓ ପ୍ରଭାରୀ ରାହୁଲ ଗାନ୍ଧୀଙ୍କୁ ସ୍ୱାଗତ ଜଣାଇଥିଲେ ।


ସେୟାର କରନ୍ତୁ