ପରଜଙ୍ଗ ବିଜେଡିର ବିଶାଳ ନିର୍ବାଚନୀ ସଭା

Truthink
ସେୟାର କରନ୍ତୁ

ପରଜଙ୍ଗ ବ୍ଲକ 2 ଜୋନରେ ବିଜେଡି ଦେଖାଇଲା ଶକ୍ତି ପ୍ରଦର୍ଶନ

ପରଜଙ୍ଗ : ଆଜି ବିଜୁ ଜନତା ଦଳ ପରିବାର ତରଫରୁ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ପରଜଙ୍ଗ ବ୍ଲକ ଜୋନ ସ୍ତରୀୟର ହଜାର ହଜାର ସମର୍ଥକ, ଦଳୀୟ ନେତା ଓ କର୍ମୀଙ୍କୁ ନେଇ ବଡଝରା ଆମ୍ବତୋଟା ଠାରେ ନିର୍ବାଚନ ପ୍ରଚାର କରିଛନ୍ତି ପରଜଙ୍ଗ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଡ଼ ନୃସିଂହ ଚରଣ ସାହୁ l ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନା ଓ ଓଡିଶାକୁ ପ୍ରଗତିର ଶୀର୍ଷରେ ପହଂଚାଇବା ପାଇଁ ବିଜୁ ଜନତା ଦଳ ରାଜ୍ୟରେ ସାଧାରଣ ଲୋକଙ୍କ ପାଇଁ କାମ କରୁଛି l

ଯାହା ଫଳରେ ଗାଁ, ଗାଁ ରେ ପକ୍କା ସଡ଼କ, ବିଶୁଦ୍ଧ ପାନୀୟ ଜଳ, ଉତ୍ତମ ସ୍ୱାସ୍ଥ୍ୟସେବା, ଶିଳ୍ପ ଇତ୍ୟାଦି ପ୍ରତିଷ୍ଠା କରାଯାଇ ଗ୍ରାମାଞ୍ଚଳର ବିକାଶ କୁ ପ୍ରାଧାନ୍ୟ ଦିଆଯାଉଛି l ଯାହା ଫଳରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ହଜାରହଜାର ସାଧାରଣ ଲୋକ ହାତ ପାହାନ୍ତାରେ ମୌଳିକ ସୁବିଧା ପାଇ ପାରୁଛନ୍ତି l ତେଣୁ ରାଜ୍ୟର ବିକାଶ ତଥା ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ବିକାଶର ଧାରାକୁ ଆଗେଇ ନେବା ପାଇଁ ଉପସ୍ଥିତ କର୍ମୀ ଶପଥ ନେଇଥିଲେ l

ଏହି ଅବସରରେ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଅବିନାଶ ସାମଲ ଓ ପରଜଙ୍ଗ ବିଧାୟକ ଭାବେ ଡ଼ ନୃସିଂହ ଚରଣ ସାହୁ ବିପୁଳ ଭୋଟରେ ବିଜୟୀ କରେଇବା ପାଇଁ ସମସ୍ତେ ଏକଜୁଟ ହୋଇ କାମ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା l ତେବେ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତାଙ୍କ ସମେତ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ l ଏହି ଅବସରରେ 50 ରୁ ଉର୍ଦ୍ଧ ବିଜେପି କର୍ମୀ ବିଧିବଦ୍ଧ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି l ଯାହାକୁ ନେଇ ଆଗାମୀ ଦିନରେ ପରଜଙ୍ଗ ନିର୍ବାଚନମଣ୍ଡଳୀରେ ବିଜେଡି ଅଧିକ ମଜବୁତ ହେଉଥିବା ନେଇ ବିଧାୟକ ଡ଼ ସାହୁ କହିଛନ୍ତି l


ସେୟାର କରନ୍ତୁ